STORYMIRROR

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ପୂଜ୍ୟ ମୋର ଗୁରୁମାନଙ୍କ ଚରଣେ

ପୂଜ୍ୟ ମୋର ଗୁରୁମାନଙ୍କ ଚରଣେ

1 min
205


ଶିକ୍ଷକଟିଏ ଶିକ୍ଷା ଦିଏ, ସଂସ୍କାର ବତାଏ 

ଓ ଉତ୍ତମ ବାଟରେ ନେଇଯାଏ, 

ଦେଇ ଦିବ୍ୟଜ୍ଞାନ ଦୂର କରନ୍ତି ଅଜ୍ଞାନତା, 

ଦେଶର ରକ୍ଷକ ନିର୍ମାତାଟିଏ |୧|


ଆଦ୍ୟ ଗୁରୁ ପିତା ମାତା, ମାର୍ଗ ଦାତା ଗୁରୁ, 

ଶିକ୍ଷା ଦାତା ଗୁରୁଙ୍କ ଠାରୁ ଶିକ୍ଷା ପାଇଲୁ

ଗୁରୁଙ୍କ ପାଇଁ ଆଜି ଧରିଛୁ କଲମ ଦୁନିଆଁର 

ଦାଣ୍ଡେ ଆଲୋକିତ ପଥେ ଆମେ ଚାଲୁ |୨|


ଗୁରୁଙ୍କ ଆଶିଷେ ସର୍ବ ବିଘ୍ନ ନାଶେ, ତେଣୁ ସେ

 ଆମ ପାଇଁ ସାକ୍ଷାତ ଈଶ୍ୱର

ଯୁଗେ ଯୁଗେ ସେମାନେହିଁ ଜଣା ବ୍ରହ୍ମା, ଗୁରୁ ହିଁ 

ବିଷ୍ଣୁ, ଗୁରୁ ଦେବ ମହେଶ୍ୱର |୩|


ଆମ ପାଇଁ ଗୁରୁ ଗଉରବ, ଦିଅନ୍ତି ପୂଣ୍ୟ ଭାବ 

ଆମକୁ ମଣିଷ ପଣିଆ ଗଢନ୍ତି

ଗୁରୁ ପାଦ ପୂଜା କଲେ ସମାଜରେ, ସଂସାରେ, 

ଆମେ ଉତ୍ତମ ସୁକ୍ଷାତି ସମ୍ପନ୍ନ ହୁଅନ୍ତି |୪|


ଶିଷ୍ୟ ଶ୍ରୀକୃଷ୍ଣ ଗୁରୁ ସାନ୍ଦୀପନି, ଶିଷ୍ୟ ଚନ୍ଦ୍ରଗୁପ୍ତ

ଗୁରୁ ଚାଣକ୍ୟର କଥା

ଶିଷ୍ୟ ଏକଲବ୍ୟ ଗୁରୁ ଦ୍ରୋଣାଚାର୍ଯ୍ୟ, ଆରୁଣୀ ଓ 

ଉପମନ୍ୟୁ, ରାମଦାସ ଶିବାଜୀ ଯଥା |୫|


ଘୋଷୁଅଛି ନାମ ତାଙ୍କରି ବିଶ୍ୱ, ଓ ଗୁରୁ ରାଧାକୃଷ୍ଣନ

ତାଙ୍କରି ଆଜି ପରା ଜନ୍ମଦିନ

କରି ଉତ୍ସର୍ଗୀକୃତ ତାଙ୍କରି ଏଇ ମହାନ୍ ଦିନ ଗୁରୁ ଦିବସ

ଆମେ କରୁଛେ ପାଳନ  |୬|


ଏ ଗୁରୁ ଦିବସ, ଦେଉ ମୋତେ ଗୁରୁମାନଙ୍କ ଆଶୀଷ 

ଚିତ୍ତେ ଭରି ଆଲୋକର ଧାରା

ତୁମେ ମୋର ଚକ୍ଷୁ, ତୁମେ ମୋର ପଥ ପ୍ରଦର୍ଶକ, ମାଗେ

ଦିଅ ସଦବୁଦ୍ଧି ଜୀବନସାରା |୭|


ଆଜିର ପବିତ୍ର ଗୁରୁ ଦିବସରେ ମୋର ସମସ୍ତ ଶିକ୍ଷାଦାତା 

ଓ ଗୁରୁ ମାନଙ୍କୁ ମୋର ପ୍ରଣାମ ଓ ଶୁଭକାମନା l



Rate this content
Log in

Similar oriya poem from Inspirational