STORYMIRROR

Pratima Satpathy

Children

3  

Pratima Satpathy

Children

ଶିଶୁ ଦିବସ

ଶିଶୁ ଦିବସ

1 min
205


ନଭେମ୍ବର ମାସ ଚଉଦ ତାରିଖ

    ଅଟଇ ଶିଶୁଦିବସ

ଛୋଟ ଶିଶୁଙ୍କର ମନ ଆନନ୍ଦିତ

   ହେଲେ ନଭେମ୍ବର ମାସ.

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ 

     ଜବାହର ଲାଲ ଥିଲେ

ନିଜର ଜନ୍ମ ଦିବସଟିକୁ ସିଏ

     ଶିଶୁ ଦିବସ ଯେ କଲେ.

 ଶିଶୁ ମାନଙ୍କୁ ସେ ଭଲ ପାଉଥିଲେ

     ସେମାନଙ୍କ ଖୁସିପାଇଁ

ଜନ୍ମ ଦିବସକୁ ଶିଶୁଙ୍କ ଦିବସ

    ରୂପେ ପାଳନ ହୁଅଇ.

ଶିଶୁମାନେ ସେହିଦିନ ବିଦ୍ୟାଳୟ

    ଯାଆନ୍ତି ଖୁସି ମନରେ

 ମିଠାଇକି ଖାଇ ଚାଚା ନେହେରୁଙ୍କୁ 

    ସ୍ମରନ୍ତି ମନ ଭିତରେ.

ଆଜିର ଶିଶୁ କାଲିର ଭବିଷ୍ୟତ

    ନେହେରୁ ଯେ ଜାଣିଥିଲେ

ତାଙ୍କ ପରି ପିଲାମାନେ ହେବେ ବୋଲି

   ଜନ୍ମ ଦିନ ଉତ୍ସର୍ଗୀଲେ.

ଚାଚା ନେହେରୁ ଶିଶୁମାନଙ୍କ ସଙ୍ଗେ

    ପାଳନ୍ତି ଜନ୍ମ ଦିବସ

ଶିଶୁମାନେ ନିଶ୍ଚୟ ବଡ଼ ହୋଇଣ

   ରଖିବେ ତାଙ୍କ ଆଦର୍ଶ.

ତ୍ୟାଗ, ଆଦର୍ଶ କୁ କଲେ ଯେ ପାଳନ

   ନେହେରୁ ହୋଇବେ ଖୁସି

ଶିଶୁ ମାନଙ୍କୁ ଯେ ସରଗ ରାଇଜୁ

   ଆଶିଷ ଦେବେ ବରଷି.

ଶିଶୁ ଯେ. ଅଟନ୍ତି ଦେଶ ଭବିଷ୍ୟତ

    ରଖିବା ତାହାଙ୍କୁ ସୁସ୍ଥ

ବଡ଼ ହୋଇ ସିଏ ନିଶ୍ଚୟ ଗଢିବେ

    ଏକ ସୁନାର ଭାରତ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children