ଅଭିନନ୍ଦନ
ଅଭିନନ୍ଦନ
ଆଜିର ଏହି ପୁଣ୍ୟ ତିଥିରେ
ଘେନ ସ୍ନେହ ଆଉ ଅଭିନନ୍ଦନ
ଆଜିର ଶିଶୁ ଆଗାମୀ ଭବିଷ୍ୟତ
ପୁଣ୍ୟଭାରତ ଭୂମିର ବୀର ସନ୍ତାନ l
ତୁମରି ସେହି କୋମଳ ମନେ
ଶତ ପରାକ୍ରମ ଭରି ଦେଇ
ସାହାସୀ,ନିର୍ଭିକ, ଦାମ୍ଭିକ ହୁଅ
ହୃଦରୁ ଭୟ ତେଜି l
ସଭିଙ୍କ ପ୍ରିୟ ଚାଚା ନେହୁରୁ
ଦେଇ ଥିଲେ ନବ ବାରତା
ତାଙ୍କରି ମଧ୍ୟେ ଲୁଚି ରହିଛି
ଅସମ୍ଭବକୁ ସମ୍ଭବ କରିବାର କ୍ଷମତା l
ଅତି ଆପଣାର ଅଟନ୍ତି ଶିଶୁ
ତାଙ୍କରିମେଳ ଭୁଲେ ମୁଁ ଦୁଃଖ
ଶିଶୁଟି ପରି ହସଇ ମୁହିଁ
ବାର୍ଦ୍ଧକ୍ୟ ଭୁଲିଯାଏ ଦେଖି ମୁଖ l
ଜନ୍ମଦିନ କୁ ସମର୍ପି ଦେଲେ
ପାଳିତ ହେଲା ଶିଶୁଦିବସ ରୂପେ
ଚରଣେ ତାଙ୍କ ପ୍ରଣତି ଢାଳେ
ସଜାଇ ଦେଇ ହୃଦ ପୁଷ୍ପେ l
