STORYMIRROR

Sandhyarani Bharasagar

Abstract Children Stories Romance

3  

Sandhyarani Bharasagar

Abstract Children Stories Romance

_ବିବିଧତା ମଧ୍ୟରେ ଏକତା

_ବିବିଧତା ମଧ୍ୟରେ ଏକତା

1 min
114


ଏକତା ଅଟଇ ଅମୂଲ୍ୟ ଶକ୍ତି 

ସବୁ ବନ୍ଧନରୁ ଦିଅଇ ମୁକ୍ତି 

ଏକତା ବଳ ରେ ବଳୀୟାନ ହୋଇ

ଅସାଧ୍ୟ ସାଧନ କରିବା ଯାଇ ।


ମରୁଭୂମି ରେ ଯେ ଫୁଲ ଫୁଟିବ

ଗରିବ ର ସବୁ ଦୁଃଖ ହଟିବ 

ଏକତା ବଳ ରେ ଦେଶ ସ୍ଵାଧୀନ ହେଲା 

ବିଦେଶୀ ବିଚାର ସମାଧି ନେଲା ।


ଭିନ୍ନତା ମଧ୍ୟ ରେ ଏକ ଜାତୀୟତା

ଜାତି,ଧର୍ମ, ବ6ର୍ଣ୍ଣଭାରତୀୟ ତା

ସତ୍ୟ ଶାନ୍ତି ଦୟା କ୍ଷମା ଗୁଣ

ଅନ୍ୟଠୁ ଆମକୁ କରେ ଭିନ୍ନ।


ଶୂନ୍ୟ ଆକାଶ ରେ ସକାଳର ସୂର୍ଯ୍ୟ

ସୁନେଲୀ କିରଣ ଢାଳେ ମୁରୁଜ 

ମୁକ୍ତ ନିଲିମା କୁ ହାତ ଠାରେ

ବୁଝାଇ କହିବ ଇଙ୍ଗିତ ରେ ।


ଦେଖାଇବାକୁ ନିଜ କ୍ଷମତା ,

ଚୂର୍ଣ୍ଣ, ବିଚୂର୍ଣ୍ଣ ସାମାଜିକ ଏକତା 

ଏକତା ହିଁ ବଳ ଏହା ନ ଭାବେ 

ଶୂନ୍ୟ ଆଶା ଫଳେ ତାର ଲବେ ।


ଆଲୋକିତ କର ଜୀବନକୁ ରଙ୍ଗ ରେ 

ବର୍ଣ୍ଣ। ଲି ଭାରି ଯାଉ ଅଙ୍ଗ ଅଙ୍ଗ ରେ 

ଉଷା ଆବାହନ କର ମଙ୍ଗଳ ଲଗ୍ନେ,

ତୃପ୍ତି ଭରି ଯାଉ ଆନନ୍ଦିତ ମନେ ।


କଥା କୁହେ ସତେ ଉତ୍କଳର ମାତା

କେତେ ବିଭବ ର ଗାଥା 

କଳା ର ପ୍ରଜ୍ଞାତ। ବର୍ଣ୍ଣମୟ ସୁଧା

ନଇ ଯାଏ ସଦା ମଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract