STORYMIRROR

SUKANTA KHANDA

Children

3  

SUKANTA KHANDA

Children

ଶିଶୁ ଦିବସ

ଶିଶୁ ଦିବସ

1 min
202


ହେ ପୂଣ୍ଣ୍ଯାତ୍ମା ତୁମେ ଓହ୍ଲାଇ ଆସନ୍ତୁ

ଏ ମରତ ଭୂମି ପାଇଁ

ରହିଛନ୍ତି ସବୁ ଶିଶୁଏ ତୁମକୁ

ଚାତକ ପରିକା ଚାହିଁ।୧

ହସଖୁସି ଆଉ ତୁମ ପରି କେହି

ନ କରିବା ଯୋଗୁଁ ଆଜି

ମନ ଓ ହୃଦୟ ଶିଶୁ ମାନଙ୍କର

ଗଲାଣି ଦେଖନ୍ତୁ ଭାଜି।୨

ଭଲ ପାଉଥିଲ ସେହି ସମୟରେ

ଯେବେ ଦେଖିଦିଅ ତୁମେ

କୋଳେଇ କାଖେଇ ଗେଲ କରୁଥିଲ

ଆଉ ନ କରିଲ ଭୂମେ।୩

ଶିଶୁଙ୍କର ମନ ବୁଝି ପାରୁଥିଲ

ଦେଉଥିଲ ଉପହାର

ଯା'ର ଦରକାର ଯାହା ଭାବୁଥିଲ 

ଧରାଇ ଖେଳନା ତାର।୪

ତୁମେ ହିଁ ସତରେ ଆଦରର ଥିଲ

ଦେଖିଦେଲେ ଶିଶୁଙ୍କର

ପେଟ ପୂରିଯାଏ ଅଭୁକ୍ତ ଶିଶୁର

ଆନନ୍ଦ ଝରାଇ ଝର।୫

ଜଗତ କଲ୍ଯାଣ ଭବିଷ୍ଯତ ହେବ

ଶିଶୁଙ୍କୁ ସୁରକ୍ଷା ଦେଲେ

କରମର ପଥ ବତାଅ ସେ ପାଇଁ

ଯେବେଥରେ ଦେଖିଦେଲେ।୬

ତୁମର ଆଦରଶ ଗ୍ରହଣ କରିବା

କେହିକି ପାରିଛି ବୁଝି

ସ୍ବାର୍ଥରେ ଚାଳିତ ଏ ଜନ ସମାଜ

ନିଇତି ଚାଲୁଛି ଖୋଜି।୭

ଆଉ ଆସିବନି ବୋଲିକି ତୁମେ ହେ

ଶପଥ କି କରିଅଛ

ମନେ ପଡେ଼ ସିନା ଏ ଦିନ ଆସିଲେ

ଲାଗୁଛି ତୁମେ ବଞ୍ଚିଛ।୮

ଓହ୍ଲାଇ ଆସିକି କରମର ପଥ

ଦେଖାଅ ନେହେରୁ ତୁମେ

ଅପେକ୍ଷା କରନ୍ତି ଯେତେକ ଶିଶୁଏ

ଭାରତର ଏହି ଭୂମେ।୯

ଯେଉଁଠାରେ ଅଛ ଭଲରେ ରୁହନ୍ତୁ

ଏତିକି ପ୍ରାର୍ଥନା ହେଉ

ଈଶ୍ବରଙ୍କ ପାଖେ କୋଟି ନିବେଦନ

ସଭିଙ୍କର ଇଛାହେଉ।୧୦

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children