STORYMIRROR

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ଶିଶୁ ଦିବସର ମହତ୍ତ୍ୱ

ଶିଶୁ ଦିବସର ମହତ୍ତ୍ୱ

1 min
132


ମୃତ୍ୟୁ ନିଶ୍ଚିତ ହୋଇବ, ଦିନେ ମାଟି ପାଣି 

ପବନର ଦେହ ମାଟିରେ ମିଶିବ

ନ ରହିବ ଚିହ୍ନ କେଉଁ ଜାତିରେ ଜନମ, ଖାଲି

ଯଶ, କର୍ମ ଓ କୀର୍ତ୍ତି ବଞ୍ଚି ରହିବ |୧|


ମୁକ୍ତ ଓ ସ୍ବାଧୀନ ମୋ ଭାରତ ବର୍ଷର ପ୍ରଥମ 

ପ୍ରଧାନମନ୍ତ୍ରୀ ଥିଲେ ଯିଏ 

ଜବାହାରଲାଲ ନେହେରୁ, ସମସ୍ତଙ୍କ ମନେ

ଚାଚା ନେହେରୁ ନାମେ ଜଣା ସିଏ |୨|


ଦେଶର ସରବ ଶିଶୁ ମାନଙ୍କୁ ଚାଚା ନେହେରୁ 

ଖୁବ୍ ଭଲ ପାଉଥିଲେ ଯେଣୁ

ତାଙ୍କର ଜନ୍ମ ଦିନ ନଭେମ୍ବର ଚଉଦକୁ ଶିଶୁ 

ଦିବସ ଭାବରେ ପାଳୁଛେ ତେଣୁ |୩|


ଆମର ଶିଶୁ ମାନଙ୍କର ସୁରକ୍ଷାର ଅଧିକାର 

ପାଇଁ ବହୁ ନୀତି ପ୍ରଣୟନ କରି 

ସବୁରି ହୃଦୟେ ଜୀଇଁ ରହିଛନ୍ତି ସିଏ, ଅନ୍ୟ

କେହି ହେବେ କି ତାଙ୍କର ସରି |୪|


ଏ ମାଟିର ସବୁ ଶିଶୁଙ୍କ ପାଇଁ ଆଜି ଦିନରେ 

ଆସ ସମସ୍ତେ ଚିନ୍ତା କରିବା

ନରଖିବେ କେହି ଭେଦଭାବ, ରହିବ ହୃଦୟେ  

ମଣିଷ ଜାତିକୁ ଭଲ ପାଇବା |୫|


କରିବା ଦେଶକୁ ସମୃଦ୍ଧ, ନଥାଇ ମନେ କିଏ 

ହିନ୍ଦୁ ଆଉ କିଏ ମୁସଲମାନ୍

ଅବା କିଏ ଅଟେ ଶିଖ୍ ଅବା ଜୋରୋସ୍ତାନ,

କିଏ ଅବା ଇସାଇ ଜାଣ |୬|


ସମାଜେ ଆଣିବା ନୂଆ ସଂସ୍କୃତି ସଂସ୍କାର, 

ବିଜ୍ଞାନ ଭିତ୍ତିକ ଦେଶ ଗଢିବା

ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗକୁ ନେଇ କରୁଥିବା 

ଭୋଟ୍ ରାଜନୀତି ଛାଡିବା |୭|


ଗୋଟିଏ ମା'ର ସନ୍ତାନ ହୋଇ କାହିଁକି ଆମ 

ମଧ୍ୟେ ଏତେ ରହିବ ଭେଦ ଭାବ ?

ଦେଶେ ଭେଦାଭେଦ ଦୂର କରି ପାରିଲେ ଶିଶୁ 

ଦିବସ ର ମହତ୍ତ୍ୱ କରିବା ଅନୁଭବ |୮|



Rate this content
Log in

Similar oriya poem from Inspirational