Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ସୁପର ପାୱାର

ସୁପର ପାୱାର

1 min
176



ସରିଛି ଦୁଇଟି ବିଶ୍ବ ମହାଯୁଦ୍ଧ 

ହେଉଛି ସମରସଜ୍ଜା

ଅବସାନ ଏବେ ତିକ୍ତ ଶୀତଳତା

ଉଷ୍ମ ରଣଭେରୀ ବାଜା ।


ଯୁଦ୍ଧ କୂଟନୀତି ହୁଅଇ ପ୍ରୟୋଗ

ସାମ ଦାନ ଦଣ୍ଡ ଭେଦ

ଦେଖାନ୍ତି ନିଜର ପାରିବାର ପଣ

ପାଶ୍ଚାତ୍ଯ ଦେଶ ଉନ୍ନତ ।


ବିଧ୍ବଂସକ ଅସ୍ତ୍ର କରି ଉଦ୍ଭାବନ 

ଖେଳାନ୍ତି ଭୟ ଆତଙ୍କ

ଛୋଟବଡ ଦେଶ ମଣନ୍ତି ନିଜକୁ

ଅସହାୟ ଅସୁରକ୍ଷ ।


ଦୁର୍ବଳ ରାଷ୍ଟ୍ରର ବଢେ ନିର୍ଭରତା

ଉତ୍କଟ ଅତି ସମସ୍ଯା

ଶତ୍ରୁତା କନ୍ଦଳେ ଛନ୍ଦି ହୋଇ ଜାଲେ

ବଢୁଛି ଦୁଃଖ ଦୁର୍ଦ୍ଦଶା ।


ଗଠିତ ହୋଇଛି ବିଶ୍ବ ଜାତିସଂଘ 

ନିରାପତ୍ତା ପରିଷଦ

ସଂପ୍ରଭୁତା ପାଇଁ ଭୀଷଣ ସଂଗ୍ରାମ

ଲାଗିରହୁଅଛି ଦ୍ବନ୍ଦ ।


ଦେଖାଏ କ୍ଷମତା ରାଷ୍ଟ୍ର ଆମେରିକା

ସୁପର ପାୱାର ଶକ୍ତି

ୟୁରୋପୀୟ ଦେଶ ମୈତ୍ରୀସଂଘ ମଧ୍ଯେ

ଅଛି ସହମତି ଚୁକ୍ତି ।


ସୋଭିଏତ ଚୀନ ପାଶେ ବି ରହିଛି

ଅମୋଘ ଭିଟୋ କ୍ଷମତା

ଲାଗିଛି ପ୍ରବଳ କ୍ଷମତା କନ୍ଦଳ

ଭୀଷଣ ପ୍ରତିଦ୍ବନ୍ଦିତା ।


ଭାରତ ସମେତ ଗୋଷ୍ଠୀ ନିରପେକ୍ଷ 

ବିକାଶଶୀଳ ଭୂଖଣ୍ଡ 

ଯୋଗ ଦେବାପାଇଁ ଶରଣେ କାହାର

ହୋଇ ଆସୁଛନ୍ତି ବାଧ୍ଯ ।


ଅଛି ସଂପ୍ରଭୁତା ପ୍ରଚଣ୍ଡ ପ୍ରତିଭା

ପ୍ରଚାର ଶକ୍ତି ସମ୍ବଳ

ପ୍ରଗତି ପଥରେ ଭାରତ ଆମର

ଅଗ୍ରସର ନିରନ୍ତର ।


ନେଉଛି ଭାରତ ବିଶ୍ୱରେ ନେତୃତ୍ବ 

ହେଉଛି ଆତ୍ମନିର୍ଭର

ଶାନ୍ତି ଓ ଅହିଂସା ଆଦର୍ଶ ନୀତିରେ

ଅଛି ସୁବିଶ୍ବାସ ତାର ।


କରୁଛି ଭାରତ ପୂର୍ଣ୍ଣ ସହଯୋଗ

ମତ ତା ସୁସ୍ପଷ୍ଟ ସତ୍ଯ 

ଭୂମିକା ତାହାର ଅଟେ ଅନିର୍ବାର୍ଯ୍ଯ

ରଖଇ ବଡ ମହତ୍ତ୍ବ ।


ରଚିବ ଭାରତ ସ୍ବର୍ଣିମ ଅଧ୍ଯାୟ

ବିଶ୍ବେ ନୂଆ ଇତିହାସ 

ହେବ ବିଶ୍ବଗୁରୁ ମହାନ ଭାରତ

ଅରଜିବ କୀର୍ତ୍ତି ଯଶ ।


   


Rate this content
Log in

Similar oriya poem from Inspirational