STORYMIRROR

Nrusingha Narayan Tripathy

Inspirational Children

3  

Nrusingha Narayan Tripathy

Inspirational Children

ବା ବା ବା ରେ ମଜା

ବା ବା ବା ରେ ମଜା

1 min
195

ବା ବା ବା ରେ ମଜା କିଏ ଖାଏ ଖଜା

ଆରିସା କାକରା ଏଣ୍ଡୁରୀ ପିଠା

କିଏ ଖାଏ ପିତା ପୋଡା ଆଳୁ ଭର୍ତ୍ତା

ଦହି କ୍ଷୀର ମହୁ ଛେନାର ମିଠା ll


ବା ବା ବା ରେ ମଜା ଚାଉଳର ଭଜା

ନଡ଼ିଆ ମୁଢ଼ି଼କୁ ଚୋବାଇ ଖାଆ

ଚିନି ଅମୁଲୁର ଚୁଡା ଗହମର

ବୁଟର ଛତୁଆ ଖାଏ ପାକୁଆ ll


ବା ବା ବା ରେ ମଜା ଖାଆ ବାରମଜା

ଚେନାଚୁର ସଙ୍ଗେ ପିଆଜ ଲଙ୍କା

ଉପମା ଖେଚେଡ଼ି ଯେ ସିମେଇ ରୁଟି

ଜାଉ ସାଲଟକୁ ପାଟିରେ ପକା ll


ବା ବା ବା ରେ ମଜା ଖାଇ ମୁଗ ଗଜା 

ବାଜାରେ ବଜାଇ କରିବା ମଜା

ନଟିଆ ବଟିଆ ଛଟିଆ ହଟିଆ

ନାଚିବା ଆସରେ ହୋଇକି ସଜ୍ଜା ll


ବା ବା ବା ରେ ମଜା ଖାଇବାନି ଜମା

ଚକୋଲେଟ ମାଗି କରିବା ମନା

ରୋଲ ଚାଉମିନି ଯେ ପକଡା ଇପି 

ଫାଷ୍ଟ ଫୁଡ କୁରୁ କୁରିକି ମନା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational