ବା ବା ବା ରେ ମଜା
ବା ବା ବା ରେ ମଜା
ବା ବା ବା ରେ ମଜା କିଏ ଖାଏ ଖଜା
ଆରିସା କାକରା ଏଣ୍ଡୁରୀ ପିଠା
କିଏ ଖାଏ ପିତା ପୋଡା ଆଳୁ ଭର୍ତ୍ତା
ଦହି କ୍ଷୀର ମହୁ ଛେନାର ମିଠା ll
ବା ବା ବା ରେ ମଜା ଚାଉଳର ଭଜା
ନଡ଼ିଆ ମୁଢ଼ି଼କୁ ଚୋବାଇ ଖାଆ
ଚିନି ଅମୁଲୁର ଚୁଡା ଗହମର
ବୁଟର ଛତୁଆ ଖାଏ ପାକୁଆ ll
ବା ବା ବା ରେ ମଜା ଖାଆ ବାରମଜା
ଚେନାଚୁର ସଙ୍ଗେ ପିଆଜ ଲଙ୍କା
ଉପମା ଖେଚେଡ଼ି ଯେ ସିମେଇ ରୁଟି
ଜାଉ ସାଲଟକୁ ପାଟିରେ ପକା ll
ବା ବା ବା ରେ ମଜା ଖାଇ ମୁଗ ଗଜା
ବାଜାରେ ବଜାଇ କରିବା ମଜା
ନଟିଆ ବଟିଆ ଛଟିଆ ହଟିଆ
ନାଚିବା ଆସରେ ହୋଇକି ସଜ୍ଜା ll
ବା ବା ବା ରେ ମଜା ଖାଇବାନି ଜମା
ଚକୋଲେଟ ମାଗି କରିବା ମନା
ରୋଲ ଚାଉମିନି ଯେ ପକଡା ଇପି
ଫାଷ୍ଟ ଫୁଡ କୁରୁ କୁରିକି ମନା ll
