STORYMIRROR

Bidutprabha Mishra

Inspirational Children

3  

Bidutprabha Mishra

Inspirational Children

ଆମ ଖେଳ

ଆମ ଖେଳ

1 min
124

:

ଖେଳ ଜୀବନରେ ଅତି ଦରକାରୀ

ବ୍ୟାୟାମ ସେ ଶରୀରର 

ବ୍ୟାୟାମ ବିହୁନେ ଶରୀରର ପୁଷ୍ଟି

ନୁହଁଇ ସମ୍ଭବପର ll

ଆମେ ଛୋଟ ଥିବା ବେଳେ 

ଘରଟି ସାଜଇ ଖେଳର ପଡ଼ିଆ

ଖେଳୁଭାଇ ଭଗ୍ନୀ ମେଳେ ll

ବିଦ୍ୟାଳୟ ଆଉ କଲେଜସ୍ତରରେ

ଖେଳପଡ଼ିଆ ଜରୁରୀ 

ପିଲାମାନେ ତହିଁ ଖେଳିଥାନ୍ତି ମିଶି

ମନରେ ଆନନ୍ଦ ଭରି ll

ଦେହର ବିକାଶ ସହ

ଭବିଷ୍ୟତ ଜୀବନ ଗଢିବା ନିମନ୍ତେ

ଖେଳ ହୁଅଇ ସହାୟ ll

ଫୁଟବଲ କ୍ରିକେଟ ବାଡମିଣ୍ଟନ

ହକି ଆଦି ଖେଳାଯାଏ 

ବାର୍ଷିକ କ୍ରୀଡା ପ୍ରତିଯୋଗିତା ମଧ୍ୟ 

ସେଇଠାରେ କରାଯାଏ l

ଦୌଡ଼ କବାଡି ଓ ଅଙ୍କ କଷା ଆଦି

ପିଲାଙ୍କର କେତେ ଖେଳ 

ପୁଚି ଦଉଡିଡିଆଁ ମ୍ୟୁଜିକ ଚେୟାର

ଝିଅଙ୍କୁ କରଇ ମେଳ ll

ପ୍ରତି ଶନିବାର ଡ୍ରିଲ ହୋଇଥାଏ

ସେଇ ଖେଳପଡ଼ିଆ ରେ 

 ପ୍ୟାରେଡ ଯୋଗ ଓ ସୂର୍ଯ୍ୟ ନମସ୍କାର 

ପିଲା ଦିନୁ ଶିଖିପାରେ ll

ଶିକ୍ଷଣୀୟ କାର୍ଯ୍ୟକ୍ରମ 

ଶାରୀରିକ ଓ ମାନସିକ ବିକାଶ 

ପାଇଁ ଅଟଇ ଉତ୍ତମ ll

ଖେଳ ପିରିୟଡ଼ ଘଣ୍ଟା ବାଜିଗଲେ

ପିଲା ହୋଇଯାନ୍ତି ଖୁସି 

ଭୋକ ଶୋଷ ଭୁଲି ଖେଳରେ ମାତନ୍ତି

ସମୟକୁ ଭୁଲି ବସି l

ଖେଳ ଶିକ୍ଷକ ଯେ ସେହି

ନିୟମ କାନୁନ ଶିଖାଇ ଦିଅନ୍ତି

ବିଭିନ୍ନ ଖେଳର ପାଇଁ ll

ପଡି ଉଠି କେତେ ଖେଳିଥାନ୍ତି ଖେଳ

ଦେହରେ ବି ହୁଏ କ୍ଷତ 

ତଥାପି ତାହାକୁ ଖାତର ନକରି

ଖେଳରେ ଦିଅନ୍ତି ଚିତ୍ତ l

ନେତୃତ୍ୱ ବି ନେଇଥାନ୍ତି

ଶିକ୍ଷକ ମାନଙ୍କୁ ବିଭିନ୍ନ କାମରେ

ସାହାଯ୍ୟ କରୁ ଥାଆନ୍ତି ll

ଧ୍ୟାନଚାନ୍ଦ ସଚିନ ପି.ଟି. ଉଷା ଆଦି

ଆମ ଭାରତର ଗର୍ବ 

ଖେଳ ପଡିଆରୁ ଗଢ଼ାହୋଇଥିଲା

ତାଙ୍କ ମୂଳଦୁଆ ସର୍ବ l

ବଡ଼ ହୋଇ ସେଇମାନେ 

କେତେ କେତେ ପୁରସ୍କାର ପାଇଛନ୍ତି

ବିଭିନ୍ନ ଖେଳର ନାମେ ll

ଖେଳପଡ଼ିଆରୁ ଶିଖିଥାନ୍ତି ପିଲା

ଧୈର୍ଯ୍ୟ ଓ ସାହସ ଗୁଣ 

ବିଭିନ୍ନ ଖେଳରେ ଅଭ୍ୟାସ ବଳରେ 

ହୁଅନ୍ତି ଖେଳେ ନିପୁଣ l

ବଡ଼ ହୋଇ ପିଲା ଦିନେ

ବିଦେଶକୁ ଯାଇଁ ଆମ ଦେଶ ପାଇଁ

ସୁନାମ ସେ କେତେ ଆଣେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational