STORYMIRROR

Akankshyamayee Dash

Classics

4  

Akankshyamayee Dash

Classics

ନୂଆଖାଇ

ନୂଆଖାଇ

1 min
176


ବରଷକୁ ଥରେ ଆସେ ନୂଆଖାଇ 

ସାହା ହୋଇଥିବ ମା' ସମଲେଇ ,

ଆମର ସଂସ୍କୃତି-ପର୍ବ ପରମ୍ପରା 

ପାଳନ କରୁ ହରଷରେ ଥାଇ ।(୧)      


ନୂଆଁଖାଇ ପରବ ସବୁଠୁ ସରସ

ଗଣ ପରବରେ ଆଣେ ଏ ହରଷ ,

ମେଘମାଳ ଥାଏ ନଭେ ସୁଶୋଭିତ 

ପଶ୍ଚିମ ଓଡ଼ିଶାର ଗର୍ବ ଗଉରବ ।(୨)

       

ନୂଆ ହାଣ୍ଡି ମାଠିଆ କୁରେ ପତର

ତହିଁ ସଙ୍ଗେ ପୁଣି ନାନା ଦରବ,

ବିଦେଶରୁ ଆସି ବନ୍ଧୁ ବାନ୍ଧବ

ଆଉ କୁନି ଛୁଆ ଦାଦା ଭାଉଜ ।(୩)

      

ପ୍ରଭାତ ପ୍ରହରେ ନଇବେଦ୍ୟ ହୁଏ,

ନୂଆଁ ଚାଉଳ ର ଖିରି

ପିଠାପଣା ଇଷ୍ଟ ଦେବୀପାଖେ ଥୋଇ

ସୁମରି ମା' ସମଲେଇ ।(୪)       


ବାସ ଚନ୍ଦନରେ ଫୁଲେଫଳେ ଭରି

ଧରା କରୁଛି ମଉଜ,

ଖୁସି ଆନନ୍ଦ ରେ ପରବ ପାଳନ୍ତି

କୃଷକ-ଭାଇ ଭାଉଜ ।(୫)      


ଘର ଦୁଆରକୁ ଗୋବର କରିଣ 

ଗାଆଁ ର ସବୁ ପରଜା

ନୂଆ ଧାନେ ପୁଣି ଖିରି ପିଠା ମଣ୍ଡା

କରନ୍ତି ଆନନ୍ଦେ ପୂଜା ।(୬)

      

ଭାଇଟୁକ ଖେଳେ ଦେଶବିଦେଶରେ

ପିଠା ମଣ୍ଡା ଖାଇ ଖାଇ

ସାନ ଠାରୁ ବଡ଼ ନୀତି ନିୟମରେ

ନୂଆଁଖାଇ ଜୁହାର କରି ।(୭)

      

ଶସ୍ୟର ଉନ୍ନତ ଅମଳ ପାଇଁ କି 

ଦେବୀଙ୍କୁ କରନ୍ତି ପୂଜା ,

ସବୁ ବରଷର ଚତୁର୍ଥୀ ପରେ

ଆସେ ନୂଆଖାଇ ପରା l(୮)


ଜାଣିଥାଅ ସର୍ବ ମୋର ଗୁଣି ଜନେ

ତିଥିବାର ପୁଣି ଆସେ,

ବେଦ ଉପନ୍ୟାସେ ଏକଥା କହଇ

ଦିନବିତେ ମିଠାପାନେ l(୯)


ନୂଆଖାଇ ଆସେ ସର୍ବ ଋତୁ ପରି 

କେତେ ନୂଆଆଶା ନେଇ 

ଘୁମୁରା ସଙ୍ଗରେ ବଜାଗଜା କେତେ

ସ୍ମୃତି କୁ ତାଜା କରଇ ।(୧୦)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics