STORYMIRROR

Jasoda Majhi

Classics Inspirational

4  

Jasoda Majhi

Classics Inspirational

ମୁଁ ବି ନାରୀ

ମୁଁ ବି ନାରୀ

1 min
229

ନୀଳ ସୁନୀଳ ଆକାଶ ତଳେ

ବିସ୍ତୃତ କାୟା, ପ୍ରେମର ଛାୟା

ବସୁୁୁୁଧା ଆଙ୍କେ ଜନମ ମୋହରି

ମୁଁ ବି ନାରୀ।

ମୋ ରୂପ ସୁନ୍ଦର କୋମଳ ତନୁ

ମୋ ପ୍ରେମ ସମ୍ବନ୍ଧ ଅନ୍ତର ମନୁ

ମୋ ସାଥେ ବିିିିିଶ୍ୱାସଘାତକତା କଲେ

ହୋଇ ଯାଏ ମୁଁ ସଂହାରକାରୀ

ମୁଁ ବି ନାରୀ।

ମୁଁ ମୋ ମା' ର ଗେହ୍ଲେଇ, ବାପାର ସମ୍ମାନ

ଭାଇର ରାକ୍ଷୀ, ସ୍ୱାମୀର ଅର୍ଦ୍ଧାଙ୍ଗିନୀ

ଆପଣା ଅଟନ୍ତି ଏମାନେ ମୋହରି

ମୋ ବିିଁନା ଆଖିରେ ଲୁହ ଯାଏ ଭରି

ମୁଁ ବି ନାରୀ।

ନାରୀ ଯେ ଅଟଇ କନ୍ୟା ଵଧୁ ପ୍ରିୟା

ଜନନୀ ଭଗିନୀ ଜାୟା,

ସଭିଙ୍କୁ କରଇ ଦୟା

ଉର୍ବଶୀ ମେନକା ପରି

ମୁଁ ବି ନାରୀ।

ମୁଁ ଯେ ନିସ୍ବାର୍ଥପର

ଅନ୍ୟର ସତ୍ତାକୁ ସୁୁୁୁରକ୍ଷିତ ଭାବେ 

ଧରି ଥାଏ ମୋ ଉଦର

ଦଶ ଦିିିନ ଦଶ ମାସ ପାଇ ନାନା କ୍ଳେଶ

ହୋଇଲେ ସମୟ ଶେଷ

ଜନମ ଦିଏ ମୁଁ ସନ୍ତାନ ଟିଏ 

ହୃଦୟେ ସାହସ ଭରି

ମୁଁ ବି ନାରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics