Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Kar

Classics Others

4  

Sunita Kar

Classics Others

ମାଗୁଣି ବଡ ଠାକୁରଙ୍କୁ

ମାଗୁଣି ବଡ ଠାକୁରଙ୍କୁ

1 min
221



ବଡ ଠାକୁର ଯେ ବୋଲାଉ ତୁହି ତ

ବଡ ପଣ ତୋର ସଭିଙ୍କୁ ଜଣା।

ବଡ ଦେଉଳ ଠୁ ବଡଦାଣ୍ଡ , ପୁଣି

ମହୋଦଧି, ମହାପ୍ରସାଦେ ବଣା ।


ଖଣ୍ଡିଆ ହାତକୁ ଦେଖାଇ ବସିଛୁ, 

ମହାବାହୁ ବୋଲି କିଏ ନ ଜାଣେ !

ଚାଲି ନ ପାରିବା ବାହାନା କାଢୁଛୁ

 ତୁ ଯେ- ସର୍ବବିଦ୍ୟମାନ, ଜଗତ ଜାଣେ ।


ହୀରା ନୀଳା ମୋର ମାଗୁଣି ନଥିଲା

ବାଙ୍କ ଚାହାଣି ରେ ଟିକେ ତ ଚାହାଁ

ଏ ମର୍ତ୍ତ୍ଯଲୋକରେ ପୁରି ଉଠୁ ଜୀବା

ଅପସରି ଯାଉ କରୋନା- କୂହା ।


କହିଲେ କହୁଛୁ- ଦେଖୁଛୁ ତ ମତେ

ଜ୍ବର ରେ ସଢୁଛି ଅଣସରେ ମୁଁ ଯେ,

ବିଧି ର ବିଧାନ କେ କରିବ ଆନ,

ହେ ଜଗତବାସୀ ରୁହ ସଚେତନ ।

        


Rate this content
Log in

Similar oriya poem from Classics