ଖେଳିବା ଆସ
ଖେଳିବା ଆସ
ଖେଳିବା ଆସରେ ରୁନୁ ଟୁନୁ ମୁନୁ
ଖୋଖୋ କବାଡି ଦଉଡ଼
ଶରୀର ଆମର ସୁସ୍ଥ ରହିବ
ଆମେ ଏ ଦେଶର କଢ l
ଫୁଲ ହୋଇ ଆମେ ଫୁଟିବା ଦିନେ
ଦେଶ ପାଇଁ ଆମେ ଖେଳିବା
ବାସ ଚହଟାଇ ଖେଳ କୁଦେ ଆମେ
ଦେଶର ନାଁ ସତେ ରଖିବା l
ହକି କ୍ରିକେଟ ଆଉ ଭଲିବଲ ପାଇଁ
ଆମେରେ ସମୟ ଦେବା
ପରିଶ୍ରମ କରି ଜିତିବା ଆମେ
ସବୁଥିରେ ମେଡାଲ ଆଣିବା l
ଅଲମ୍ପିକ ରେ ଭାଗ ନେବାପାଇଁ
ଆମେ ଅଭ୍ୟାସ କରିବା
ଏଥେଲେଟ୍ସ ରେ ଜୟଯୁକ୍ତ ହୋଇ
ସ୍ଵର୍ଣ ପଦକ ଜିତିବା l
ଖେଳିଲେ ଖେଳ ଶରୀର ସୁସ୍ଥ ରୁହେ
ଏହା ବୈଜ୍ଞାନିକଙ୍କ ମତ
ଅବ୍ୟାସ ବଳରେ ଜିତିବା ଆମେ
ଏହା ଅଟେ ନିରାଟ ସତ୍ୟ l
ଆଗରୁ ପିଲାଏ ଖେଳୁ ଥିଲେ ପରା
ବାହାରେ ପଡିଆରେ
ଏବେ କିନ୍ତୁ ପିଲେ ମୋବlଇଲ ରେ ବାୟା
ଖେଳୁଛନ୍ତି ଘରେ ଘରେ l
ଶରୀର ଅସୁସ୍ଥ ଏଥି ପାଇଁ ସତେ
କାହାକୁ କଣ ବା କହିବା
ଖେଳ କୁଦ ସତେ କେତେ ଯେ ଜରୁରୀ
ଆସ ସମସ୍ତେ ଜାଣିବା l
