STORYMIRROR

Bijayashree Nath

Others

3  

Bijayashree Nath

Others

ଆନ ନେତ୍ରେ ଯାହା ପରବତ ବନ

ଆନ ନେତ୍ରେ ଯାହା ପରବତ ବନ

1 min
186

ଆନ ନେତ୍ରେ ଯାହା ପରବତ ବନ

କବି ନେତ୍ରେ ତାହା ନନ୍ଦନ କାନନ


କବି ଭାବନlରେ ଗାଡ଼ିଆ ବି ଗଙ୍ଗା

ସାଧାରଣ ପାହାଡ ପାର୍ବତବୀ ନନ୍ଦନ କାନନ

କବି କଳ୍ପନାରେ ସବୁ ଆଡେ ବିଚରଣ କରିପାରେ

ତା ପାଇଁ ପଥ ସୀମିତ ନୁହେଁ

ଅସମାପ୍ତ ଭାବନାରେ ବୁଡ଼େ କବି

ଆନ ନେତ୍ରେ ଯାହା ସାଧାରଣ ପାହାଡ ପର୍ବତ

କବି ନୟନରେ ତାହା ନନ୍ଦନ କାନନ

ଅସାଧାରଣ ପ୍ରତିଭାର ଗନ୍ତାଘର ସେ

ପ୍ରକୁତିକୁ କରିପାରେ ଜୀବନ୍ତ

ପଥର ଦେହରେ କରେ ପାଣିର ସନ୍ଧାନ

ଝରଣାର କୁଳୁ କୁଳୁ ଶବ୍ଦ

ସତେ ଯେମିତି ତାଳ ଲୟରେ ଗୀତ ଗାଏ

ପବନ ଯେମିତି ବାଇଦ ବଜାଏ

ଏମିତି ଅନେକ କିଛି

କବି କେ ତେବେଳେ ପାଠକକୁ ହସାଏ

ତ କେତେବେଳେ କାନ୍ଦାଏ

କେତେବେଳେ ଆନନ୍ଦ ଦିଏ ତ

ପୁଣି କେତେବେଳେ ବିରହର ଗୀତରେ

ଆଖିରେ ଲୁହ ଭରି ଦିଏ

କବିର କବିତ୍ୱ ର ଉପମା ନାହିଁ

ମରୁଭୂମିରେ ଓଏସିସ ପରି ଚମକେ

ତା ଭାବନାର ଅନ୍ତ ନାହିଁ

ସେ ସୃଷ୍ଟି କରିଛି ଅନେକ ଗାଥା

ଅନେକ କବିତା ଯହିଁରେ

ଜୀବନ୍ତ ହେଇଛି ପଥର

ପ୍ରତ୍ୟେକ କବିତାରେ

ତାର ଦର୍ଶନର ତୁଳନା ନାହିଁ

ସାଧାରଣ ମଣିଷକୁ ଦିଶୁଥିବା ପଥରରେ

କବିକୁ ପ୍ରଭୁଙ୍କ ସତ୍ତା ମିଳେ

କବି ସବୁଠି ସନ୍ଧାନ କରେ

ନୂତନତ୍ୱ ର

ସାଧାରଣ ମଣିଷ ଯାହା କରିବା ସମ୍ଭବ ନୁହେଁ

କବି ତାହା କୁ ଅତି ସହଜରେ

ସମ୍ଭବ କରିଥାଏ

ଅସମ୍ଭବ କୁ ସମ୍ଭବ କରିବା

କବି ହାତର ଖେଳନା  l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍