ଆନ ନେତ୍ରେ ଯାହା ପରବତ ବନ
ଆନ ନେତ୍ରେ ଯାହା ପରବତ ବନ
ଆନ ନେତ୍ରେ ଯାହା ପରବତ ବନ
କବି ନେତ୍ରେ ତାହା ନନ୍ଦନ କାନନ
କବି ଭାବନlରେ ଗାଡ଼ିଆ ବି ଗଙ୍ଗା
ସାଧାରଣ ପାହାଡ ପାର୍ବତବୀ ନନ୍ଦନ କାନନ
କବି କଳ୍ପନାରେ ସବୁ ଆଡେ ବିଚରଣ କରିପାରେ
ତା ପାଇଁ ପଥ ସୀମିତ ନୁହେଁ
ଅସମାପ୍ତ ଭାବନାରେ ବୁଡ଼େ କବି
ଆନ ନେତ୍ରେ ଯାହା ସାଧାରଣ ପାହାଡ ପର୍ବତ
କବି ନୟନରେ ତାହା ନନ୍ଦନ କାନନ
ଅସାଧାରଣ ପ୍ରତିଭାର ଗନ୍ତାଘର ସେ
ପ୍ରକୁତିକୁ କରିପାରେ ଜୀବନ୍ତ
ପଥର ଦେହରେ କରେ ପାଣିର ସନ୍ଧାନ
ଝରଣାର କୁଳୁ କୁଳୁ ଶବ୍ଦ
ସତେ ଯେମିତି ତାଳ ଲୟରେ ଗୀତ ଗାଏ
ପବନ ଯେମିତି ବାଇଦ ବଜାଏ
ଏମିତି ଅନେକ କିଛି
କବି କେ ତେବେଳେ ପାଠକକୁ ହସାଏ
ତ କେତେବେଳେ କାନ୍ଦାଏ
କେତେବେଳେ ଆନନ୍ଦ ଦିଏ ତ
ପୁଣି କେତେବେଳେ ବିରହର ଗୀତରେ
ଆଖିରେ ଲୁହ ଭରି ଦିଏ
କବିର କବିତ୍ୱ ର ଉପମା ନାହିଁ
ମରୁଭୂମିରେ ଓଏସିସ ପରି ଚମକେ
ତା ଭାବନାର ଅନ୍ତ ନାହିଁ
ସେ ସୃଷ୍ଟି କରିଛି ଅନେକ ଗାଥା
ଅନେକ କବିତା ଯହିଁରେ
ଜୀବନ୍ତ ହେଇଛି ପଥର
ପ୍ରତ୍ୟେକ କବିତାରେ
ତାର ଦର୍ଶନର ତୁଳନା ନାହିଁ
ସାଧାରଣ ମଣିଷକୁ ଦିଶୁଥିବା ପଥରରେ
କବିକୁ ପ୍ରଭୁଙ୍କ ସତ୍ତା ମିଳେ
କବି ସବୁଠି ସନ୍ଧାନ କରେ
ନୂତନତ୍ୱ ର
ସାଧାରଣ ମଣିଷ ଯାହା କରିବା ସମ୍ଭବ ନୁହେଁ
କବି ତାହା କୁ ଅତି ସହଜରେ
ସମ୍ଭବ କରିଥାଏ
ଅସମ୍ଭବ କୁ ସମ୍ଭବ କରିବା
କବି ହାତର ଖେଳନା l
