STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ବନ୍ଧୁତ୍ୱ ର ପରାକାଷ୍ଠା

ବନ୍ଧୁତ୍ୱ ର ପରାକାଷ୍ଠା

2 mins
369

  

ବନ୍ଧୁତ୍ୱ ଭାବନାରେ ହିଁ ମହାନ୍ ବାରତା

ଗୀତା ବାଣୀ ଥିଲା ବନ୍ଧୁତ୍ୱ ର ଭାଷା

ବ୍ରହ୍ମ ଜ୍ଞାନର ଉଦ୍ରେକ ହେଲା ସେହି ବାଣୀ ଶୁଣି

ଅର୍ଜୁନ ର ବିଷାଦ ହେଲା ଦୂରୀଭୂତ

ବନ୍ଧୁତ୍ୱ ଭାବରେ କୃଷ୍ଣ ସାରଥୀ ବି ହେଲେ

ମହାଭାରତ ର ଗାଥା ଗାଉଛି ଏ ବିଶ୍ୱ

କୃଷ୍ଣ ଅର୍ଜୁନ ସମ୍ବାଦ ଏକ ଆଧ୍ୟାତ୍ମିକ ଭାବ।


ଭାବ ବିନୋଦିଆ ବୋଲି ନାଁ ଅଛି

ଭାବ ଲଗାଇ ,ଭାବରେ ଭୋଳ ହେଲେ ହେଲା

ମୀରା କୁଆଡେ଼,ଭାବରେ ବିହ୍ବଳ ଥିଲା

ସବୁ କିଛି କୃଷ୍ଣ -ମୟ ଦେଖା ଗଲା

ସେ ଭାବରେ କି ଥିଲା କୁହୁକ

ରାଧା, ରୁକ୍ମିଣୀ  ଥାଇ ବି ..ମୀରା,ମୀରା


ରାଧା ର ଭାବ ଏତେ ମାତ୍ରାରେ ଥିଲା ଯେ

ସବୁ ଖୋଲା ଖୋଲି,  ଉନ୍ମୁକ୍ତ

ଭାବ ର ଦିଆ ନିଆ , ନିତି ଦିନ

ରାଧା ର ସବୁ ଭଙ୍ଗୀରେ ଭାବ ହିଁ ଭାବ

ସେ ଭାବରେ କାହ୍ନୁ ସ୍ତବ୍ଦ 

ଭାବ କୁ ସୁର ଲୟ ତାଳ ଦେଇ

ବଂଶୀ ବଜାଇ ଲେ, ତୁହାକୁ ତୁହା


ରୁକ୍ମିଣୀ ର ଭାବ ଅଙ୍କ ପଲଙ୍କରେ

ଶୃଙ୍ଗାର ରସ ସହିତ ଭାବ କୁ ଯୋଡିଲେ

ନିଜକୁ ରାଧା ବେଶରେ ସଜାଇ

ଉନ୍ମୁକ୍ତ ହେବାକୁ ପ୍ରୟାସ ବି କଲେ

ପତି ଙ୍କ ଛାତି ରେ ମୁଣ୍ଡ ବି ଗୁଞ୍ଜିଲେ 

ଏ କଣ!!  ସ୍ପନ୍ଦନ ରେ ରାଧା,ରାଧା

ବୁଝି ଗଲେ,  କଳା କହ୍ନେଇ ଅନ୍ତରର କଥା


ଭାବକୁ ବୁଝିଛି ରାଧା

ଭାବରେ ବିହ୍ବଳ ମୀରା

ଭାବକୁ ପରଖି ଦେଖିଛି,ରୁକ୍ମିଣୀ ଅଙ୍କ ଶାୟିନି 


ସୁଦାମା ବନ୍ଧୁ ଭାବରେ ଭେଟିଲା

ଅଭାବ କଥା ଅନ୍ତରରେ ଥିଲା

ଭାବଗ୍ରାହୀ ଜାଣି ଦେଲେ ,ଖୁଦ ଭଜା ଖାଇ

ଆଲିଙ୍ଗନ ସହ ହୃଦୟେ ଲଗାଇ

ବନ୍ଧୁତ୍ୱ ର ପରାକାଷ୍ଠା ବଜାୟ ରହିଲା


ଏବେ ସେଇ ଭାବ ଅଛି

କିନ୍ତୁ ନୂଆ ରୂପରେ,ଭାଇ ଭଉଣୀ ସହିତ

ଛପନ ପଉଟି ଭୋଗରେ ଭାବ

ଘର କଥା,ନିଜ ଲୋକ କଥା ରେ ଭାବ

ପ୍ରଥମେ ଘର ଲୋକଙ୍କ ସହ ଭାବ

ତା ପରେ, ଦୁନିଆ ସହିତ ଭାବ 

ସେ ପରା ଭାବ ବିନୋଦିଆ..


ଦାସିଆ ବାଉରୀ,ଭାବ କଣ ଜାଣିନି

ତଥାପି ବିଶ୍ୱାସ ର ଭାବ

କାଳିଆ ଠାକୁର ଜାଣିଲେ ଦାସିଆ ର ଭାବ

ସ୍ଵୟଂ ହାତ ବଢ଼ାଇ ନଡିଆ ବି ନେଲେ

ବଡ ଦାଣ୍ଡେ ଚର୍ଚ୍ଚା ହେଲା ଦାସିଆ ର ଭାବ


ସାଲବେଗ ,ଭକ୍ତି ଭାବରେ ଡାକିଲା

ଭାବ ରେ ବନ୍ଧା କାଳିଆ ଠାକୁର

ଅପେକ୍ଷା କଲେ, ସାଲବେଗ ଆସିବ

ତା ପରେ ,ରଥ ଚକ ଗଡିବ

ସେଇୟା ହେଲା,ଜିତି ଗଲା ସାଲବେଗ।


ବନ୍ଧୁ ମହାନ୍ତି ସହ ବନ୍ଧୁତା ର ଭାବ

ସେ ଭାବ ରେ ଥିଲା ବନ୍ଧୁତ୍ୱ ର ନିବିଡ଼ତା 

ଭକ୍ତ ସହିତ ଭଗବାନ ର ବନ୍ଧୁତା

ଅକ୍ଷୁର୍ଣ୍ଣ ରହିଛି ଯୁଗ ଯୁଗ ଧରି।


ଅଭାବ କାହାର ନାହିଁ!!!

କିଛି ନା କିଛି ଅଭାବ ଲାଗି ରହିଛି

ଅଭାବରେ ଥାଇ ବି ଭାବ ରଖା ଯାଇପାରିବ

ସେ ଭାବଗ୍ରାହୀ,ସବୁ ଭାବର ଅଧିକାରୀ

ଭଲ ହେବ,ବେଳ ଥାଉ ଥାଉ ରଖିବା ଭାବ

ଭାବ ଥିଲା ବାଲା ର କି ଅଭାବୀ ର

କିଛି ଫରକ୍ ନାହିଁ ,ବନ୍ଧୁତ୍ୱ ଭାବନା ହିଁ ଯଥେଷ୍ଟ।


ଆସ, ଭାବ ରଖିବା କାଳିଆ ସାଆନ୍ତ ସହିତ

ଅନ୍ତରର ଭାବ,ବନ୍ଧୁତ୍ୱ ର ଭାବ, ସମର୍ପଣ ଭାବ  

ଭାବର ସହରେ ମୋର ତୁମେ ଭାବଗ୍ରାହୀ

ମିଛ ମାୟା ମୋହ ତୁଟି ଯାଉ ତୁମ ନାମ ଧ୍ୟାୟୀ।


Rate this content
Log in

Similar oriya poem from Abstract