STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ମୋ ଦେଶ

ମୋ ଦେଶ

2 mins
295


 ଏହି ଦେଶ ଭାରତରେ ଜନମ ହୋଇଛି

ଦେଶ ପାଇଁ ଆଜି ମନରେ ଗର୍ବିତ ହେଉଛି

ଦେଶ ମାତୃକାର ଇତିହାସ ଆଶ୍ଚର୍ଯ୍ୟ ଲାଗୁଛି

ପରାଧୀନ କବଳରୁ ସଂଘର୍ଷରେ ମୁକତି ପାଇଛି।


ଦେବ ଭୂମି ଭାରତ ବୋଲି ପୁରାଣ କହୁଛି

ମୁନି ୠଷି ଦେବ ଦେବୀ ପ୍ରକଟିତ ହୋଇଅଛି

ବିଭିନ୍ନ ଧର୍ମ ଥାଇ ବି ଭାଇଚାରା ଭାବ ରହିଅଛି

ବାର ମାସରେ ତେର ପର୍ବ ର ପ୍ରଥା ରହିଅଛି।


ପ୍ରତି କ୍ଷେତ୍ରରେ ଏବେ ଉନ୍ନତି କରଣ ହେଉଛି

ଏକତା ଓ ଅଖଣ୍ଡତା ର ମନ୍ତ୍ର କାମ କରୁଅଛି

ଶିକ୍ଷା, ସ୍ବାସ୍ଥ୍ୟ,ଯୋଗାଯୋଗ ର ଉନ୍ନତି ହୋଇଛି

ମହାକାଶ ଗବେଷଣା ଅଭିଯାନ ଚାଲୁ ରହିଅଛି।


ଇତିହାସ ପୃଷ୍ଠା ଯଦି ଯତ୍ନରେ ପଢିବା

ସ୍ବାଧିନତା ର ସଂଘର୍ଷ ଅବଗତ ହେବା

ବହୁ ଘାତ ପ୍ରତିଘାତ ପରେ ସ୍ବାଧିନତା ପ୍ରାପ୍ତି

ବିଦେଶୀ କବଳରୁ ଦେଶ ହୋଇଛି ମୁକତି।


ହିନ୍ଦୁ ରାଷ୍ଟ୍ର ବୋଲି ଯଦିଓ ମାନ୍ୟତା ରହିଛି

ବିଭିନ୍ନ ଧର୍ମ ର ଲୋକ ,ଭିନ୍ନ ଭିନ୍ନ ଧର୍ମ ଶାସ୍ତ୍ର ଅଛି

ତଥାପି ଭାତ୍ରୁଭାବ ର ସମ୍ପର୍କ ଦୃଢ଼ ରହିଅଛି

ପରଷ୍ପର ପ୍ରତି ସ୍ନେହ ପ୍ରେମ ର ଭାବନା ରହିଛି।


ସଭ୍ୟତା ସଂସ୍କାର ରେ ,ଭାରତ ବି ଆଗରେ ରହିଛି

କୁସଂସ୍କାର ଭେଦଭାବ ଭୁଲି ଏକତାର ମନ୍ତ୍ର ରଖିଛି

ଯୋଗ ର ଉପକାରିତା ବିଷୟରେ କହୁଛି ଭାରତ

ସାରା ବିଶ୍ବରେ ଯୋଗର ପ୍ରସାର ,ହୋଇଛି ଗର୍ବିତ।


ସାରା ପୃଥିବୀ ଯେବେ ମହାମାରୀ ରେ ପୀଡ଼ିତ

ପ୍ରତିଷେଧକ ଟୀକା ତିଆରି,ବିଶ୍ୱକୁ କଲା ସମର୍ପିତ

ଚନ୍ଦ୍ର ଅଭିଯାନ ପାଇଁ ଏବେ ଚର୍ଚ୍ଚାର ବିଷୟ

ଦେଶର ସୁରକ୍ଷା ପାଇଁ ବି ଆଉ ନାହିଁ ଭୟ।


ସ୍ବାଧିନ ଦେଶରେ ଆଇନ ପ୍ରଣୟନ ହୋଇଛି

ସମ୍ବିଧାନ ନିୟମରେ ଦେଶ ଶାସନ ହେଉଛି

ଦୁର୍ନୀତି ଲୋପ ପାଇବାକୁ ନୂଆ ଆଇନ ହେଉଛି

ସ୍ବାଧିନ ଦେଶରେ ନାଗରିକ ଅଧିକାର ବି ରହିଛି।


ପ୍ରତି ବର୍ଷ ଅଗଷ୍ଟ ପନ୍ଦର,ଦେଶରେ ଉତ୍ସବ ପାଳନ

ସ୍ବାଧିନତା ର ସ୍ମୃତି ଚାରଣ ସହ ଖୁସିରେ ମଗନ

ଦେଶ ସାରା ତ୍ରିରଙ୍ଗା ପତାକା ଉଡେ ଫରଫର

ଗର୍ବ ଲାଗେ ନିଜକୁ ନାଗରିକ ବୋଲି ଭାରତର।

 

ପ୍ରାକୃତିକ ବିପର୍ଯ୍ୟୟ ଏବେ ଚିନ୍ତାର କାରଣ

ନାରୀ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ବି ଅନ୍ୟ କାରଣ।


ପରିବେଶ ସୁରକ୍ଷା ପାଇଁ ହୋଇବା ଜାଗ୍ରତ

ବହୁଳ ବର୍ଷା ଜଳକୁ ନଷ୍ଟ ନ କରି ହେଉ ସଂରକ୍ଷିତ

ନଦୀ ସଂଯୋଗ କରଣ କାର୍ଯ୍ୟ ହେଉ ତ୍ୱରାନ୍ୱିତ

ଜଳ ନିଷ୍କାସନ ପଥ ଅବରୋଧ ନ ହେଉ ତ୍ୱରିତ

ସହରାଞ୍ଚଳ କୃତ୍ରିମ ବନ୍ୟାର ଭ୍ରମ ହେଉ ସମାଧାନ

କୃତ୍ରିମ ବର୍ଷା କରାଇ ଫସଲ ହେଉ ଉତ୍ପାଦନ।


ନାରୀ ସୁରକ୍ଷା ପାଇଁ ଯଦିଓ ଆଇନ ରହିଛି

ନାଗରିକ ଭାବରେ ଆମର କର୍ତ୍ତବ୍ୟ ବି ଅଛି

ନୈତିକ ସଂସ୍କାର ରହୁ ପରିବାର ସମାଜରେ

ନାରୀର ସମ୍ମାନ ହିଁ ,ଦେଶ ଆଗେଇବ ପ୍ରଗତିରେ।









साहित्याला गुण द्या
लॉग इन

Similar oriya poem from Abstract