Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଶ୍ରୀଦୁର୍ଗା ନାମାମୃତ

ଶ୍ରୀଦୁର୍ଗା ନାମାମୃତ

2 mins
257



ଦୁର୍ଗତି ନାଶିନୀ ମାଆ ଗୋ ଦୁର୍ଗା ଦୈତ୍ୟ ଦଳିନୀ

ଶତ ପ୍ରଣିପାତ ପାଦରେ ଦୀନ ଦୁଃଖ ହାରିଣୀ।

ଭୁବନେଶ୍ବରୀ ଗୋ ଭୈରବୀ ଦେବୀ ଭଦ୍ରା ଭବାନୀ

ଅପର୍ଣ୍ଣା ଅନନ୍ଯା ପାର୍ବତୀ ସତୀ ଶିବା ଶିବାନୀ ।


ମାର୍କଣ୍ଡେୟ ମହା ପୁରାଣ କଥା ଅଛି ବଖାଣୀ

ଦୁର୍ଗ ନାମେ ଥିଲା ଅସୁର ଅତ୍ୟାଚାରୀ ସେ ପୁଣି

ଦୁର୍ଗ ଅସୁରର ଜୀବନ ତୁମେ ନେଲ ଜନନୀ

ଦୁର୍ଗା ନାମ ତୁମେ ବହିଲ ଭବ ଭୟ ହାରିଣୀ।


ଅଜୋନୀସମ୍ଭୁତା ଦେବୀଗୋ କାମ୍ଯା କମଳାସନୀ 

ସର୍ବପୂଜ୍ଯା ଦଶଭୁଜା ଗୋ ଅସ୍ତ୍ର ଶସ୍ତ୍ର ଧାରିଣୀ।

ମହିଷାସୁର କୁ ବଧିଲ ମାଗୋ ସିଂହ ବାହିନୀ

ଶୁମ୍ଭ ନିଶୁମ୍ଭ ଙ୍କ ଜୀବନ ନେଲ ମନ ମୋହିନୀ।


ଭଗବତୀ ଭକ୍ତ ବତ୍ସଳା ଭବେ ଦିଗ ବାରେଣୀ 

ବିଶ୍ବେଶ୍ବରୀ ବିଶ୍ଵ ଧାରିଣୀ ମାଗୋ ବିଶ୍ଵ ମୋହିନୀ।

ଚାମୁଣ୍ଡା ଗୋ ଚଣ୍ଡୀ ଚଣ୍ଡିକା ନର ମୁଣ୍ଡ ମାଳିନୀ

ଧୂମାବତୀ ଛିନ୍ନମସ୍ତାଗୋ ଦେବୀ ଗିରି ନନ୍ଦିନୀ ।


ଯୋଗମାୟା ଯୋଗୀଜାୟା ଗୋ ଯୋଗେଶ୍ବରୀ ଯୋଗିନୀ 

ଜଗଦମ୍ବା ଜଗଦମ୍ବିକା ଜୟା ଯୋଗମୋହିନୀ।

ଜାଗୃତି ଜାନକୀ ଜାହ୍ନବୀ ଯୋଗମାତା ଜନନୀ

ଜୟଶ୍ରୀ ଜୟନ୍ତୀ ଜଗତ ଜିତା ଯୁଗ ପାଳିନୀ।


ମହାକାଳୀ କାଳୀ କରାଳୀ  ମାଗୋ ଶୂଳ ଧାରିଣୀ 

ସର୍ବ ବିଦ୍ୟା ସର୍ବମଙ୍ଗଳା ଉଗ୍ରା ରୈlଦ୍ରା ରୁଦ୍ରାଣୀ

ସର୍ବମନ୍ତ୍ରମୟୀ ସାରଳା ବୁଦ୍ଧି ବିଦ୍ୟା ଦାୟିନୀ

ଷୋଡ଼ଶୀଗୋ ଶକ୍ତି ରୂପିଣୀ ମାଗୋ ବିଶ୍ଵ ବନ୍ଦିନୀ।


ଶୈଳପୁତ୍ରୀ ମାହେଶ୍ୱରୀ ଗୋ ଶିଦ୍ଧି ଶିଦ୍ଧି ଦାୟିନୀ

କାତ୍ୟାୟନୀ କାଳରାତ୍ରୀଗୋ ଉଗ୍ରା ବ୍ରହ୍ମଚାରିଣୀ

ବରାହୀ ବ୍ରହ୍ମାଣୀ ବିମଳା ମାଗୋ ହେ ନାରାୟଣୀ

ବିଷ୍ଣୁ ମାୟା ମାୟା ଅଭୟା ଚଣ୍ଡ ମୁଣ୍ଡ ଦଳିନୀ ।


ଶାକାମ୍ବରୀ ଶିବଦୂତି ଗୋ ମା ମଙ୍ଗଳ କାରିଣୀ 

କୁମାରୀ କୈଶୋରୀ କୁଷ୍ମାଣ୍ଡା ଶିବଜାୟା ସର୍ବାଣୀ।

ମହା ତପା ବିଶ୍ଵମାତା ଗୋ ସାରା ବିଶ୍ବ ପାଳିନୀ

ମହୋଦରୀ ଜଳୋଦରୀଗୋ ସ୍କନ୍ଧମାତା ରୋହିଣୀ।


ମାତଙ୍ଗ ମହର୍ଷି ପୂଜିତା ମାଗୋ ବ୍ରହ୍ମ ବାଦିନୀ 

ରତ୍ନପ୍ରିୟା ବର୍ଣ୍ଣା ଅବର୍ଣ୍ଣା ଜ୍ଞାନା ଜ୍ଞାନ ରୂପିଣୀ।

ଘୋରରୂପା ଶକ୍ତିରୂପାଗୋ ଦେବୀ ବିଶ୍ବ ରୂପିଣୀ

ଦେବମାତା ଆଦିମାତା ଗୋ ଦେବୀ ଦିବ୍ୟ ଦର୍ଶିନୀ।


ସତ୍ୟାନନ୍ଦ ସ୍ବରୂପିଣୀ ଗୋ ଦୟା କ୍ଷମା କାରିଣୀ

ଭାର୍ଗବୀ ଭାରତୀ ବୈଷ୍ଣବୀ ମା ବିପଦ ହାରିଣୀ

ଶୈଳପୁତ୍ରୀ ମହାଗଉରୀ ପାପତାପ ନାଶିନୀ

ଯଶୋଧାରା ଜୟ ଦୁର୍ଗା ମା ଜୟ ଶୂନ୍ୟ ବାସିନୀ।


ଯୁଗେ ଯୁଗେ ନାନା ରୂପରେ ମାଗୋ ଅବତାରିଣୀ

ଶହସ୍ର ନାମଯେ ତୁମର ହେ ପତିତ ପାବନୀ

କାନଡ଼େରି ଶୁଣ ଭକ୍ତ ଙ୍କ ତୁମେ ଦୁଃଖ ଦଇନୀ

ଦୁରିତ ନାଶିନୀ ମାଆଗୋ ତୁମେ ସୁଖ ଦାୟିନୀ।


ଘୋର ବିପଦରୁ ତାରୁଛ ବୋଲି ନାମ ତାରିଣୀ

ଭବ ସାଗରରୁ ତରିବା ପାଇଁ ତୁମେ ତରଣୀ।

ସିନେହର ପାରାବାର ଗୋ ମାତା ମୋକ୍ଷ ଦାୟିନୀ

ଅଶରଣ ଜନେ ଶରଣ ଦିଅ ରକ୍ଷା କାରିଣୀ।


ମାଆଗୋ ପାଦରେ ଏତିକି କରୁଅଛୁ ଦଇନୀ

ଅମୃତମୟ ଯେ ହେଉ ମା ଏ ସୁନ୍ଦର ଧରଣୀ।

ଅମୃତ ଦୃଷ୍ଟିରେ ସଭିଙ୍କୁ ଚାହିଁଥିବ ଜନନୀ

ଘୁଞ୍ଚାଇ ଧରାରୁ ଅଜ୍ଞାନ ଅନ୍ଧକାର ରଜନୀ।


Rate this content
Log in

Similar oriya poem from Classics