ତୁମେ ଆଉ ତୁମେ ହୋଇନାହଁ
ତୁମେ ଆଉ ତୁମେ ହୋଇନାହଁ
ବହୁଦିନ ପରେ ଦେଖା ହେଲା ଯେବେ
ଚିହ୍ନି ପାରିଲନି ତୁମେ ତ ମୋତେ,
ପାଖକୁ ଯିବାରୁ ଦୋ ଦୋ ଚିହ୍ନା ହେଲ
ମନେ ନାହିଁ କିଛି ଯେମିତି ସତେ |
ସବୁ କଥା ମୋର ମନେ ତ ରହିଛି
ସେମିତି ବି ସ୍ନେହ ହୃଦୟେ ଅଛି,
ଭୁଲି କି ପାରିଛି କେହି କା' ଜୀବନେ
ପ୍ରଥମ ପ୍ରେମର ସବୁଜ ସ୍ମୃତି |
ତୁମ ବ୍ୟବହାର ଅଲଗା ଲାଗିଲା
ଭେଟ ହେଲା ଯେବେ ଅପ୍ରତ୍ୟାଶିତ,
ତୁମେ ଆଉ ତୁମେ ହୋଇନାହଁ ରହି
ଯେମିତି କି ମୋତେ ଭୁଲିଯାଇଛ !
ସେତେବେଳେ ତୁମେ ଘଣ୍ଟା ଘଣ୍ଟା ଧରି
ପ୍ରତୀକ୍ଷାରେ ରୁହ ଭେଟିବା ପାଇଁ,
ଚିହ୍ନିଲ ଏବେ ତ ତଥାପି ଲାଗୁଛି
ମୋ ପାଇଁ ତୁମର ସମୟ ନାହିଁ |
କହିଥିଲ ମୋତେ ଭୁଲିବନି କେବେ
ଜୀବନେ ନିଶ୍ୱାସ ଥିବା ପର୍ଯ୍ୟନ୍ତ,
ଆମରି ସଂସାରେ ପ୍ରୀତି ଝରୁଥିବ
ଲେଉଟିବ ନାହିଁ ମଧୁ ବସନ୍ତ |
ପ୍ରତିଶୃତି ତୁମେ ଭୁଲିଗଲ ସିନା
ଏମିତି କାହିଁକି କଲ ଜାଣେନା,
ତଥାପି ଏଯାଏ ବଦଳିନି ମୁଁ ଯେ
ଏକାକୀ ବଞ୍ଚିବି ଭୁଲି ପାରେନା |
ଭାଗ୍ୟେ ସୁଖ ମୋର ଲେଖାନାହିଁ ବୋଧେ
ସେଥିପାଇଁ ତୁମେ ବଦଳିଗଲ,
ତୁମେ କିନ୍ତୁ ମୋର ଜୀବନେ ଅଭୁଲା
ଝରା ବସନ୍ତର ସ୍ମୃତି ଅଶ୍ରୁଳ |

