STORYMIRROR

DEEPAK KUMAR PATRA

Romance Tragedy Others

3  

DEEPAK KUMAR PATRA

Romance Tragedy Others

ମନିକାର୍ ସନ୍ଦେଶ

ମନିକାର୍ ସନ୍ଦେଶ

1 min
158


ଅନେକ ସ୍ୱପ୍ନ ଥିଲା

ଅନେକ ରାତି ଥିଲା,ଦିନ ଥିଲା

ସୂର୍ଯ୍ୟାଲୋକ ରୁ ସନ୍ଧ୍ୟା ଆଉ 

ସନ୍ଧ୍ୟା ରୁ ରାତି ଥିଲା କେବଳ

ତୁମ ପାଇଁ ଉତ୍ସର୍ଗୀକୃତ ।

ଅନେକ ବର୍ଷ ଥିଲା,ମାସ ଥିଲା

ପ୍ରତି ଘଣ୍ଟା ଥିଲା,ମିନିଟ ଥିଲା

ତୁମରି ପ୍ରେମରେ ସମର୍ପିତ

ହେଲେ, କ୍ଷଣିକର୍ କୁହୁକରେ 

ସବୁକିଛି ଆଜି ପ୍ରଶାନ୍ତ, ନିସ୍ତବ୍ଧ ।

ପୁଣି ସେଇ ଈପସିତ

କୋଣାର୍କ ନିର୍ମାଣ କରିବାକୁ ହେବ

ଅନୁଭବୀ ନିର୍ମାତାଟିଏ ହେଇ

ପୁଣି ଲେଖିବାକୁ ହେବ ଅଧାଲେଖା ଗପଟିକୁ

ଅଳ୍ପ ଲୁହ ଆଉ କୋହକୁ କାଳି ସଜେଇ

ଅଧା ସାରିଥିବା ତୁଳୀକୁ ନେଇ ।

ପୁଣି କାରିଗର ସାଜିବାକୁ ହେବ 

ସେଇ ଭଙ୍ଗା ସପନର

ଖଣ୍ଡିଆ ହସକୁ ନେଇ

ଆରମ୍ଭ କରିବାକୁ ହେବ ସେ ଭଗ୍ନାବଶେଷରୁ

ମାନ, ଅଭିମାନ, ରାଗ,ରୁଷା 

ମରମ ର୍ ଅନେକ କଥା ଓ ବ୍ୟଥାକୁ ନେଇ ।

ପୁଣି ନିଜକୁ ପିଠି ଥାପୁଡ଼େଇ 

ନୂତନ ପ୍ରଦୀପ ଟିର ମଙ୍ଗଧରି ଉଠିବାକୁ ହେବ

ଦୁନିଆର୍ ଅନେକ ବୋଲା ବୋଲି

କଥା ଫିଙ୍ଗା ଫିଙ୍ଗି ଙ୍କୁ ଆଡେଇ ଦେଇ

ନୂତନ ଆଲୋକର ସନ୍ଧାନରେ 

ନୂତନ ସୂର୍ଯ୍ୟୋଦୟକୁ ସ୍ୱାଗତ କରି

ରାତିର ବିରସକୁ ସକାଳର ହସରେ

ପରିବର୍ତ୍ତିତ କରିବାପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance