STORYMIRROR

Ranjit Sahu

Tragedy Inspirational Others

3  

Ranjit Sahu

Tragedy Inspirational Others

ଅଲୋଡ଼ା ମୁକୁତା

ଅଲୋଡ଼ା ମୁକୁତା

1 min
200

ଭାବେ ମୁଁ କାହିଁକି ନୀଳ ସାଗରର,ଉର୍ମିରେ ଭିଜିବା ଭଲ ଲାଗୁନି,କାହିଁକି ହୃଦୟ ଢେଉ ଠାରୁ ଆଜି,ଶାମୁକାଟିଏ ପୁଣି ଥରେ ମାଗୁନି ?

ଯେତେ ଘଡି ମୋର ବାଳୁତ ଦିନର,ହଜିଛି ତଟରେ ମୁକୁତା ଖୋଜି,ସେତେ ସ୍ଵପ୍ନ ମୋର ଭାଙ୍ଗିଛି ନୟନେ,ନିରାଶାରେ ହୃଦ ଯାଇଛି ଭିଜି I 

କାହାର ମରଣେ ସୁଖର ସନ୍ଧାନ,କରିବାକୁ ଆଉ ମନ ମାନେନା,ନ ମିଳୁ ମୁକୁତା ନ ସାଜୁ ସପନ,ବିନା ସ୍ଵପ୍ନରେ କି ବଞ୍ଚି ହୁଏନା? ସାଗର ବିଛାଏ ଆଜି ମଧ୍ୟ କେତେ,ଶାମୁକା ପସରା ବେଳା ତଟରେ,ଆଜି କିନ୍ତୁ ସାଜେ ମୃତ୍ୟୁର ପ୍ରତୀକ,ପ୍ରତିଟି ଶାମୁକା ମୋ ନିକଟରେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy