ଶେଷ ସକାଳ
ଶେଷ ସକାଳ
ଆଜି ଦେଖୁଥିଲି ଫର୍ଚ୍ଚ ଫର୍ଚ୍ଚ ବେଳାରେ
ସେଇ ଶେଷ କୁହୁଡ଼ି କୁ
ଧୂଆଁଳିଆ ଆବେଗ ଭିତରେ,
ସବୁ କିଛି ତୋଫା ତୋଫା ଦିଶୁଥିଲା ।
ସ୍ୱପ୍ନ ମାନେ ମୋ ଭିତରେ
ନିରବ ଥିଲେ
ହୃଦୟ କିନ୍ତୁ ଖୁବ ହସୁଥିଲା
ସେଇ ସ୍ମୃତିରେ,
ଯେଉଁଠି ବଞ୍ଚିବାର ମୋହ ଟିଏ ଥିଲା
ମୋ ଚିନ୍ତା ର ଘନତ୍ୱ ଭିତରେ
କିଏ ତ ପ୍ରେମ ର ଅକ୍ଷର ଟିଏ
ସଜାଇ ଦେଇ ଚାଲି ଯାଇଥିଲା ।
ଅପାସୋରା ଅସୁମାରୀ ଅଫେରା
ମୁହୂର୍ତ୍ତ ମାନେ ଥିଲେ
କେଜାଣି କେଉଁ ଜନ୍ମର
ଅଜଣା କାହାଣୀ ମାନେ
ପ୍ରେମ ଗଳ୍ପ ଲେଖୁଥିଲେ,
ନିର୍ବାସିତ ପ୍ରହର କୁ ଖୋଜିବା ନିଶାରେ ।
ଝାପ୍ସା ଝାପ୍ସା ଆଲୋକ ଭିତରେ
ଅନେକ କୁହୁଡ଼ି ଥିଲା
କୁହୁଡ଼ି ଟା ମନ କୁ ବାଟବଣା କରୁଥିଲା
ସବୁ ପୋଛି ଦେଇ ସଫା ରାସ୍ତାଟେ
ଖୋଜିଲି ନିସର୍ତ୍ତ ଭାବନାରେ ।
କ୍ଷଣ ସ୍ଥାୟୀ ଜୀବନ ଭିତରେ
ଆଦେଖା ବିପ୍ଳବ
ପୁଣି କେଉଁ ଅସ୍ଥାୟୀ ଆବେଗ ରେ
କ୍ଷଣ ଭଙ୍ଗୁର ଆଶା
ହୃଦୟ ର ଘନତ୍ୱରେ l
କେବଳ ମୁଁ ଥିଲି
ମୋ ଭିତରେ ଆଖି ଟିଏ ଥିଲା
ମୋ ମନ କୁ ଟାଣି ଆଣି
କବିତା ଟିଏ ଲେଖୁଥିଲା
ଇଚ୍ଛା ର କୁହୁଡ଼ି ମାନେ ହଜିଗଲା ପରେ।
