STORYMIRROR

Kishore Nayak

Tragedy

3  

Kishore Nayak

Tragedy

ଶେଷ ସାଥି

ଶେଷ ସାଥି

1 min
139

ଆଜିର ଦିନଟା    କାଲିକି ଅନ୍ତର 

    ପାହିଗଲେ ଏଠି ରାତି 

ସମୟର ଚକ     ଗଡି ଗଡି ଯାଏ 

    ଅବିରାମ ତା'ର ଗତି ll


ସମୟ ବୁଝେନି    ମନର ବେଦନା 

    ବୁଝେନି ଅନ୍ତର କଥା 

ପେଟ ବି ବୁଝେନି    ଦାନା ମୁଠେ ପାଇଁ 

    ଗରିବ ଲୋକର ବ୍ୟଥା ll


ଭୋକର ଜ୍ୱଳନ    ଅସହ୍ୟ ବହୁତ 

    ସହିବାଟା ଭାରି କଷ୍ଟ 

ବେଳେ ବେଳେ ଏଠି   ଦାନା ମୁଠେ ପାଇଁ 

     ସ୍ୱାଭିମାନ ହୁଏ ନଷ୍ଟ ll


ସବୁ କିଛି ଥାଇ    ତଥାପି ଜୀବନେ 

    ଲାଗେ ଭାରି ଏକା ଏକା

ଜୀବନର ବାଟ    ଚାଲୁ ଚାଲୁ କେବେ 

    ମନରେ ଜାଗଇ ଶଙ୍କା ll


ଚଳଚଞ୍ଚଳ ଏ     ମନ ଗହନରେ 

    ଆସେ କେବେ ନୀରବତା 

ଇଚ୍ଛା ହୁଏ ନାହିଁ    ମନ ଖୋଲି ଥରେ 

    କହିବାକୁ ପଦେ କଥା ll


ଜଣା ନାହିଁ ଏଠି    ଆସିବ ସକାଳ 

    ପାହିବକି ନାହିଁ ରାତି 

୬ ଖଣ୍ଡ ବାଉଁଶ    ହେବ ଏଠି ବନ୍ଧୁ  

    ଜୀବନର ଶେଷ ସାଥି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy