Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

3  

Panchanan Jena

Tragedy

ଚାରିଆଡ଼େ ସଜବାଜ

ଚାରିଆଡ଼େ ସଜବାଜ

1 min
200



ନୂଆ ବର୍ଷ ଆସିବ ଆସିବ ବୋଲି

ଚାରିଆଡ଼େ ସଜବାଜ

ବନ୍ଧୁମିଳନ ବଣଭୋଜିରେ ବ୍ୟସ୍ତ ବୋଲି

ଗୃପ୍ ଫଟୋରେ ଅବାଜ ।


କିଛି ଫରକ୍ ହେବ କି ଅର୍ବାଚୀନ ?

ଗତକାଲିର ଅଭୂଲା ଇସ୍ତାହାର

ବର୍ତ୍ତମାନର ଲେଲିହାନ ହାହାକାର

ଆସନ୍ତାକାଲିର ଲମ୍ବାଳିଆ ଅନ୍ଧାର

ନୂଆ ବର୍ଷର ରଙ୍ଗୋଲିରେ

ନୂଆ ଆଶା ଉଦ୍ଦିପନାରେ

ଜିରୋ ନାଇଟରେ

ନିଅନ୍ ଲାଇଟରେ

ମଟନ୍ ବିରିୟାନୀରେ

ମୋତେ କାହିଁ ଲାଗୁଛି ସନ୍ଦିହାନ ?


କହି ପାରିବ କି

ନୂଆ ବର୍ଷ ଫେରେଇ ପାରିବ କି 

ମାଟି ତଳେ କଙ୍କାଳ ସାଜିଥିବା

ଭଉଣୀମାନଙ୍କର ରକ୍ତ ମାଂସର

କ୍ଷତାକ୍ତ ଶରୀର ?


ଉତ୍ତର ମିଳିବ କି

ନୂଆ ବର୍ଷ ଠିଆ କରେଇ ପାରିବ କି

ଦୁର୍ଘଟଣାରେ ନିତି ହାରୁଥିବା

ଭାଇମାନଙ୍କର ହାତ ଗୋଡ଼

ଖଣ୍ଡ ବିଖଣ୍ଡିତ ଅସ୍ଥି ପଞ୍ଜର ?


ଜବାବ ମିଳିବ କି

ନୂଆ ବର୍ଷ ଲଗେଇ ପାରିବ କି

ମାନବିକତାର ଚାରା ଟେ 

ମଣିଷର ଅନ୍ତରାତ୍ମାରେ 

ସବୁଜିମା ଲହର ?


ଶୁଣାଇ ପାରିବ କି

ନୂଆ ବର୍ଷ ଯୋଡି ପାରିବ କି 

ଭିନ୍ନେ ହୋଇ ଚଳୁଥିବା

ଏକ ମା'ର ସନ୍ତାନମାନଙ୍କୁ

ପିଏଇ କିଛି ପୀଯୁଷ ଅମୃତର ?


ନେପଥ୍ୟରେ କୋଳାହଳ ପ୍ରାୟ

ସ୍ଵାଗତ ପର୍ବ ପାଳନ

ଅପ୍ରାପ୍ତିର ଆନନ୍ଦରେ ମତୁଆଲା

ଉନ୍ମାଦର ନିନାଦ ଗାନ

ମଉଜର ଫଉଜ ଆଜି ସୁରା 

ସାକି ମାତାଲ୍ ବୋବାଲ୍

ନୂଆ ବର୍ଷ ଖାଲି ବାହାନା ବାଜି

ଦୁଃଖ ଭୁଲିବାର ନୂଆ ବୋତଲ ।


Rate this content
Log in

Similar oriya poem from Tragedy