STORYMIRROR

Salila Sarangi

Tragedy

3  

Salila Sarangi

Tragedy

ଦିଗହରା ପଥିକ

ଦିଗହରା ପଥିକ

1 min
211

ଦିଗହରା ପଥିକ ଅଜଣା ପଥ

ଚାଲୁଛି ମୁଁ ଏକା ହୋଇ

ଆଖି ଆଗେ ମୋର ବହଳ ଅନ୍ଧାର

ମାଡି ଆସେ କଳା ଛାଇ।


ସୁଖର ସପନ ହେଲା ମୋର ଚୁର୍ଣ୍ଣ

ଆଶା ସୈ।ଧ ଭୁଷୁଡିଲା

ନିଜର ଭାବି ମୁଁ ଯେ ଡାଳ ଧରିଲି

ସେ ଡାଳ ଵି ଭାଙ୍ଗିଗଲା।


ହାତ ଧରି ଯାର କରିଥିଲି ଘର

ଅଧା ଵାଟେ ଛାଡି ଗଲେ

ପୁଅକୁ ଭରସା କରି ଵଞ୍ଚିଥିଲି

ସାହା ହେଵ ବୃଦ୍ଧ କାଳେ।


ଅଭାବି ସଂସାରେ କେତେ ଯତନରେ

ରକ୍ତକୁ ମଣିଷ କଲି

ସେହି ପୁଅ ଆଜି ଅମଣିଷ ସାଜି

ନିଜ ଘରୁ ଦେଲା ଠେଲି।


ଅଯାଗା ଘାଆ କୁ ଦେଖି ପାରୁ ନାହିଁ

ଦେଖାଇ ଵିହେଉ ନାହିଁ

ଆଜି ଏ ଦୁର୍ଦ୍ଦିନ ଦଶ ଦିଶା ଶୂନ୍ୟ

ଇତସ୍ତତ ଘୁରେ ମୁହିଁ। 


ଆଜିର ଏ ସଭ୍ୟ ସମାଜରେ ପ୍ରାୟ

ଏ ସତ୍ୟ ଘଟଣା ଘଟେ

ନିଃଶ୍ବାସ ଛୁଟିବା ପର୍ଯ୍ୟନ୍ତ ଚାଲିଵି

ମୁଁ ଦିଗହରା ପଥିକ ଟେ।


ଜୀବନ ନାଟକ ସରି ସରି ଆସେ

କିୟଦଂଶ ଅଛି ବାକି

ସାହା ମୋର ସେହି ବଳିଆର ଭୁଜ

ଦୁଃଖି ଧନ ଚକା ଆଖ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy