STORYMIRROR

Samita Swain

Tragedy

3  

Samita Swain

Tragedy

ବିଦାୟ ବନ୍ଧୁ -୨୦୨୨

ବିଦାୟ ବନ୍ଧୁ -୨୦୨୨

1 min
285

ଦୁଃଖ ଦେଇଗଲ ଦରଦୀ ବନ୍ଧୁ ହେ

   ହୋଇଲା ଅଶ୍ରୁଳ ସ୍ମୃତି

କ୍ରୁର କାଳ ପରା ବଡ ଅବିଶ୍ବାସୀ

   ରୋକି କେ' ପାରିବ ଗତି।।


କାଳର କବଳେ ସଂପର୍କ ହଜିଲା

  ଜୀବନ କ୍ଷଣଭଙ୍ଗୁର 

ସ୍ତବ୍ଧ କରିଦେଲା ସ୍ଥିତି ପରିସ୍ଥିତି

   ଅଶୁଭ ସେ ନଭେମ୍ବର। ।


ହୃଦ ବିଦାରକ ଥିଲା ସେ ସମୟ

  କୋହରେ ଫାଟିଲା ଛାତି

ମନଟା' ଝୁରୁଛି ପ୍ରତି ମୂହୂର୍ତ୍ତରେ

  ଲୁହକୁ ପୋଛୁଛି ନିତି।।


ସ୍ମୃତିର ଦଂଶନ ଜ୍ବାଳାକୁ ସହୁଛି

  ଯନ୍ତ୍ରଣା କାତର ମନେ

ଶ୍ରଦ୍ଧାର ମମତା ଆଉ କି' ମିଳିବ

  ରହିଲା ଯା ଶୂନ୍ଯସ୍ଥାନେ।।


ନିୟତି ବିଚାର ଆସିବା ଓ ଯିବା

   କର୍ତ୍ତବ୍ୟବୋଧର ପଥେ

ଅଜ୍ଞାତ ଆୟୂରେ ଦିନ ସରିଗଲେ

  ମନ ଜଳେ ମର୍ମାହତେ।।


ଅଭୁଲା ରହିଲା ଅନ୍ତର ଭିତରେ

   ବନ୍ଧୁ ତୁମ ଦିଆ ଦାନ

ବ୍ଯଥିତ ପରାଣେ ବିଦାୟ ହେ ବନ୍ଧୁ

  ଏହା' ବିଧିର ବିଧାନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy