STORYMIRROR

Pratima Satpathy

Tragedy

3  

Pratima Satpathy

Tragedy

ସୀତା ଚୋରୀ

ସୀତା ଚୋରୀ

1 min
218

(ରାଗ  କେଦାର କାମୋଦୀ)

ପଞ୍ଚବଟୀ ବନରେ ପ୍ରଭୁ ଶ୍ରୀରାମ

ରହୁ ଯେ ଥିଲେ କରି ଏକ ଆଶ୍ରମ ଯେ 

ପତ୍ନୀ ସୀତାଙ୍କ ସହ ଭାଇ ଲକ୍ଷ୍ମଣ

 କାଟୁ ଯେ ଥିଲେ ମହା ଆନନ୍ଦେ ଦିନ ଯେ

ସୂର୍ପଣଖାର ନାସା କର୍ଣ୍ଣ ଛେଦନ

କରି ଯେ ଦେଇଥିଲେ ବୀର ଲକ୍ଷ୍ମଣ ଯେ 

ସେହି ରାଗରେ ଲଙ୍କା ପତି ରାବଣ

ମାରୀଚକୁ ଯେ ମାୟା ମୃଗ କରିଣ ଯେ 

ପଠାଇ ଥିଲା ଆଶ୍ରମ ନିକଟକୁ

ଛଳରେ ଚୋରିକରି ନେବ ସୀତାଙ୍କୁ ଯେ 

ଆଶ୍ରମ ପାଶେ ଦେଖି ସୁନା ହରିଣ

ସୀତା କହିଲେ ପ୍ରଭୁ ଦିଅ ଆଣିଣ ଯେ 

ମାୟା ହରିଣ ପଛେ ଗଲେ ଶ୍ରୀରାମ

ମୃଗ ଡାକିଲା ତ୍ରାହି ତ୍ରାହି ଲକ୍ଷ୍ମଣ ଯେ 

ସୀତା ଯେ ଲକ୍ଷ୍ମଣଙ୍କୁ ଦେଲେ ପଠାଇ

ତିନି ଗାର କାଟି ଲକ୍ଷ୍ମଣ ଚଳଇ ଯେ 

ଏହି ସମୟେ ଧରି ତପସ୍ୱି ବେଶ 

ରାବଣ ଆସି ଉଭା କୁଟୀର ପାଶ ଯେ 

ଭିକ୍ଷା ଦିଅ ମା ମୋତେ ଡେରି ନ କରି

କ୍ଷୁଧା ରେ ଉଦର ମୋ ଯାଉଛି ଜଳି ଯେ 

କୁଟୀର ଭିତରୁ ଯେ ମାତା ଜାନକୀ

ଭିକ୍ଷା ଥାଳରେ ଭିକ୍ଷା ଦେଲେ ଆଣିକି ଯେ 

ମାୟା ତପସ୍ୱୀ କହେ ଦ୍ୱାର ବାହାରେ

ଭିକ୍ଷା ଦେଲେ ମୁଁ ତାହା ନେବି ହସ୍ତରେ ଯେ 

ନ ହେଲେ ଭିକ୍ଷା ଦାନ ମୁଁ ନେବିନାହିଁ

କୁଟୀରଦ୍ୱାରୁ ଯିବି ନିରାଶ ହୋଇ ଯେ 

ସୀତା କହିଲେ ପଡିଛି ତିନି ଗାର

ଡେଇଁ ମୁଁ ନ ଯିବି ହେ ଋଷି ପ୍ରବର ଯେ 

ରାବଣ କହେ ମୁଁ ତାକୁ ବାମ ହସ୍ତେ

ଲିଭାଇ ଦେଲି ଭିକ୍ଷା ଦିଅ ତୁରିତେ ଯେ 

ମାୟା ତପସ୍ୱି ମାୟା ନ ଜାଣି ପାରି

ଭିକ୍ଷା ଦିଅନ୍ତି ଯେ ଜନକ କୁମାରୀ ଯେ 

ଭିକ୍ଷା ଦେଲାବେଳକୁ ବାମ ହସ୍ତକୁ

ଧରି ରାବଣ ଚାହିଁ ଲା ଆକାଶକୁ ଯେ 

ପୁଷ୍ପକ ଯାନ ଆକାଶ ରୁ ଖସିଲା

ସୀତାଙ୍କ ଚେଷ୍ଟା ସବୁ ବିଫଳ ହେଲା ଯେ 

ମହା ବଳି ରାବଣ ବଳ ପାଖରେ 

ଦେବତା ମାନେ ଡରି ଥିଲେ ସ୍ଵର୍ଗରେ ଯେ 

ନିରୁପାୟ ହୋଇଣ ଦେଵୀ ଜାନକୀ

ବନ ଲତାଙ୍କୁ ସବୁ କରିଲେ ସାକ୍ଷୀ ଯେ 

ହେ ବନ ଗିରି ହେ ଲତାଗିରି ଶୁଣ

ମୃଗ ମାରି ଯାଇଛନ୍ତି ରାମଚନ୍ଦ୍ର ଯେ 

ଆସିଲେ ତାଙ୍କୁ ତୁମେ କହିବ ଗୀର

ମୋତେ ନେଲା ଚୋରାଇ ଯେ ଲଙ୍କେଶ୍ୱର ଯେ 

 ରାବଣ ମାୟା ତପସ୍ୱିରୂପ ଧରି 

କୁଟୀରରୁ ନେଉଛି ଯେ ଚୋରି କରି ଯେ 

ମାତା ସୀତାଙ୍କୁ ଚୋରୀ କରି ରାବଣ

ରଖିଲା ନେଇ ଲଙ୍କା ଗଡ଼ରେ ଜାଣ ଯେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy