Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Tragedy

4  

Satyanarayan Sahoo

Tragedy

ହେ ମହାତ୍ମା ସକ୍ରେଟିସ

ହେ ମହାତ୍ମା ସକ୍ରେଟିସ

1 min
394


ହେ ମହାତ୍ମା ସକ୍ରେଟିସ ଗ୍ରୀକ ଦର୍ଶନର

ଅନେକ ଅନନ୍ୟ ତଥ୍ୟ କଲ ଆବିଷ୍କାର ।


କାରା କକ୍ଷେ ବିତାଇଲ ତୁମ୍ଭେ ଚିର କାଳ

ଧର୍ମ ଓ ଶାସନ ଲାଗି ଯନ୍ତ୍ରଣାର ଜାଳ ।


ସହି ସହି ସତ୍ୟ ନିଷ୍ଠ ପ୍ରଗାଢ଼ ଅଟଳ

ଆଙ୍କି ଗଲ ଧରା ବକ୍ଷେ ଆଲେଖ୍ୟ ଉଜ୍ଜ୍ୱଳ ।


ଶାନ୍ତି ସୁଶାସନ ପାଇଁ ଦେଲ ପ୍ରାଣ ବଳି

ହେମଲକ୍ ନାମକ ସେ ଗରଳକୁ ଗିଳି ।


ବୀର ପରି ତେଜିଗଲ ଆପଣା ଶରୀର

ଯୁଗେ ଯୁଗେ ପୂଜା ପାଇ ରହିଲ ଅମର ।


ତତ୍କ।ଳ  ଧାର୍ମିକ ଧୂର୍ତ୍ତ ଶାସକ ଗୋଷ୍ଠୀର

ସାଜି ଉଭା ହେଲ ଯେଣୁ ତୁମ୍ଭେ ଚକ୍ଷୁଶୂଳ ।


ଅନେକ ଅକଥ୍ୟ କଷ୍ଟ  ଯନ୍ତ୍ରଣାର ଜାଳ।

ଦେଲେ ବି ନ ଲଂଘି ସତ୍ୟ  ଦର୍ଶନର ଧାରା ।


ବୁଝାଇଲ ଶିଷ୍ୟ ଗଣେ  ସୁଉତ୍ତମ ଶିକ୍ଷା

ସୂର୍ଯ୍ୟାସ୍ତ ସମୟ ପାଇଁ ନ କରି ଅପେକ୍ଷା ।


ତେଜି ଗଲ ମର ଭବ ଧନ୍ୟ ହେ ମହାତ୍ମା

ଦିବ୍ୟ  ଶିକ୍ଷା ଜ୍ଞାନ ତଥ୍ୟ ଚିନ୍ତା ଓ ଚେତନା ।


ଜଗତକୁ ଶିଖାଇଲ ଆହେ ସକ୍ରେଟିସ

ଧନ୍ୟ ତୁମେ ହେ ମହାତ୍ମା  ତୁମ୍ଭର ସାହସ ।



Rate this content
Log in

Similar oriya poem from Tragedy