STORYMIRROR

Bijay Prusty

Tragedy

3  

Bijay Prusty

Tragedy

ବନସ୍ତରେ ନିଆଁ ଲାଗିଛି

ବନସ୍ତରେ ନିଆଁ ଲାଗିଛି

1 min
210



ସମୟ କଣ କେବେ 

କାହାକୁ ଅପେକ୍ଷା କରେ ?

ମନଟିଏ ଭାଙ୍ଗିବା ପାଇଁ କ'ଣ

ବେଶୀ ପରିଶ୍ରମ କରିବାକୁ ପଡେ?

ନା........

ଅଳ୍ପ କେତୋଟି ଶବ୍ଦ

ଗେଟିଏ ମନ ଭାଙ୍ଗିଦେବା ପାଇଁ ଯଥେଷ୍ଟ I

ଭଙ୍ଗା ମନଟିଏ ଯୋଡିହେବା କଣ ସହଜ?

କେଉଁଥିରେ ଯୋଡିହୁଏ ଏ ଭଙ୍ଗା ମନ? 

ତୁମେ ତ ତୁମର ସବୁ ଶକ୍ତି ଖଟେଇ 

ଦିନ ରାତି ଲାଗି ପଡିଛ ଏଇ ମନ ଭଙ୍ଗା ଯୋଡା କାମରେ

ସବୁ ଜାଣି ବି ମୁଁ ନିରୁପାୟ I

ଆଖିରୁ କଣ ଲୁହ ଶୁଖୁଛି ଯେ,

କହିବି ସୁସ୍ଥ ମନଟେ ନେଇ ବଞ୍ଚିଛି I

ଜୀବନ ଗେଟିଏ ଅତି ଜଟିଳ ଗଣିତ,

ଅଳି ଅର୍ଦ୍ଦଳି କରିବି ବା କାହା ଆଗେ

ଜୀବନକୁ ସାମ୍ନା କରି ପାରୁନି ବୋଲି 

ମୁଁ ପଳାୟନପନ୍ଥୀ

ପ୍ରତିଶୃତି ତ ଦେଇ ପାରୁନି

ଆତ୍ମୀୟତାର ବନ୍ଧନକୁ ବି କଣ

ଏତେ ସହଜରେ ଛିଡେଇ ହୁଏ

ସମୟ ବୋଧହୁଏ

ଶେଷ ନିଷ୍ପତ୍ତି ନେବ

ଜୀବନର ଗତିପଥ ବଡ ଅଜବ

ଆଜି ଅଛି କାଲିକି ହୁଏତ ନଥିବ I

   


Rate this content
Log in

Similar oriya poem from Tragedy