STORYMIRROR

DEEPAK KUMAR PATRA

Tragedy

3  

DEEPAK KUMAR PATRA

Tragedy

ନିସଙ୍ଗତା

ନିସଙ୍ଗତା

1 min
245


ମଣିଷ ଜୀବନରେ ବେଳେବେଳେ ଏପରି ନିସଙ୍ଗତା ମାଡ଼ିଆସେ


ଅହେତୁକ ଝଡ଼ର ସମ୍ଭାର ନେଇ


ସେତେବେଳେ ବ୍ୟକ୍ତିଟି ନିସଙ୍ଗତାର୍ ପରିଧୂରେ ବନ୍ଧକ ହେଇଯାଏ ବନ୍ଦୀଶାଳର ବନ୍ଦୀଟେ ହେଇ ||


ତା'ଚାରିପାଖରେ କେବଳ


ସୁଗିତ ସମୟ ଅଙ୍ଗୁଳି ନିର୍ଦ୍ଦେଶ କରେ


ଫଟା ଭାଗ୍ୟର ଶୂନ୍ୟତାକୁ


ଦୁଇ ହାତରେ ଅଶହାୟତାର ବେଡ଼ି


ଆଉ ମନ ଆକାଶରେ ଅନ୍ଧକାରର ସଂଘର୍ଷତା ।


ଅନାଗତ ଭବିଷ୍ୟତ ପାଇଁ ଆମାକ୍ରା ଭାବନାରେ ଦେଖେ ଆଗତ ଭବିଷ୍ୟତକୁ


କେତେବେଳେ ସେ ଭୟରେ ଭୀତତ୍ରସ୍ତ ତ


ପୁଣି କେତେବେଳେ ଆଶରୀର ଆଗତ


ଆଶା ଓ ଆଶଙ୍କାରେ ମନପ୍ରାଣ ତାର ଶିହରିତ ।


ଖାଲି ହୃଦୟ ପାରାବାରେ ଖୋଜେ


ତାର ଚିହ୍ନା ଅଚିହ୍ନା ଅତୀତକୁ କରିବସେ


ଆଉ ବିଶ୍ଳେଷଣ , ସୁଖ ଦୁଃଖର ମିଛ ମିଛିକା ଅନୁଭୂତିକୁ


ମନ ଦରଜାର କାନଭାସେ ||


କେତେକ ଘଟଣାକୁ ମନେରଖେ


ପୁଣି କେତେକ ଘଟଣ ଅଘଟଣକୁ


ଚାପିରଖେ ନିଜ ଛାତିର ଶାମୁକାରେ ସବୁ ଜିନିଷକୁ ଗଣ୍ଠିଲି କରି ଧରିରଖେ


ହୃଦୟର ଏକ ନିଭୂତ କରେ ।


Rate this content
Log in

Similar oriya poem from Tragedy