ରହି ଯା ରଘୁ
ରହି ଯା ରଘୁ


ରହି ଯା ରଘୁ
ଏବେ ଗାଡ଼ି ମଟର ବନ୍ଦ
ଆଜି ଓଡ଼ିଶା ବନ୍ଦ
କାଲି ଭାରତ ବନ୍ଦ ।
ବଢୁଛି ତେଲ ବଢୁଛି ଭଡ଼ା
ବଢେ ବଜାର ଦର
ଜନ ସମସ୍ୟା ବଢୁଛି ସଂଖ୍ୟା
ବଢୁଅଛନ୍ତି ବେକାର ।
ହେଉ ଡାକ୍ତର ଚାଷୀ ମୂଲିଆ
କି ଅବା କର୍ମଚାରୀ
ଏବକୁ ପୁଣି ମହା ସଙ୍କଟ
ବିପଦ ମହାମାରୀ ।
ସହଜବାଟ - ଧରମଘଟ
କୁଆଡେ ଯିବୁ ଯା
ଚାଲିଛି ଚକା ଜାମ୍ ।
ରହି ଯା ରଘୁ -------