STORYMIRROR

Satyabati Swain

Tragedy

4  

Satyabati Swain

Tragedy

ନିଜ ଶବ ନିଜ କାନ୍ଧେ

ନିଜ ଶବ ନିଜ କାନ୍ଧେ

1 min
9


ସଖୀ !

ସକାଳୁ ସକାଳୁ ଆଖିରେ ବଢି ଆଣିଦେଲେ

ଅପୁରଣୀୟ ଅବିସ୍ମରଣୀୟ

ହଜିବା ଚିଜ ତୁମ

ଅଣ ଲେଉଟା ତା ପାଦ

ଅଫେରା ରାଇଜେ ଯେ ଯାଇଛି ଭାବୁଛ

ସେ ତ ତୁମରି ପ୍ରତି ନିଃଶ୍ଵାସେ

ଭାଵ,ଆବେଗ, ଦିନ ଚର୍ଯ୍ୟାର

ଅନୁଭବେ ଛାଇଛି

ଏବେ ତ କବିତାର ପ୍ରତି ଶବ୍ଦରେ

ସେ ତୁମକୁ ଆଲିଙ୍ଗନ କରୁଛି !!


ସୂର୍ଯ୍ୟ ଶୋଷିଲା

ଦାରୁଣ ନିଦାଘ ପାଇଁ

କିନ୍ତୁ ଆମେ ତ ଚାଲିବା ନା

ସଜ ଘା' ଟା

ଶୁଖିବାକୁ ସମୟ ଲାଗିବ

ଶୁଖିବ ନଲେ ଶୁଖିବାର

ଅଭିନୟ କରିବ।


ସଖୀରେ !

କାହା ବିନା 

ଏ ପାର୍ଥିବ ସଂସାରରେ କିଛି 

ଅଟକି କି ଯାଏ ?

ଦେଖୁନ

ଶ୍ବାସକ୍ରିୟା ଚାଲୁଛି

ଚଣ୍ଡାଳ ଭୋକ ଶୋଷଙ୍କର

କଣ ଦୟା ମାୟା ଅଛି !

ଆକସ୍ମିକ ବଜ୍ରପାତରେ

ସମୁଦ୍ରରେ ବୁଡି ଯାଉଥିବା ମଣିଷଟିକୁ

ସେମାନେ କଣ ପ୍ରେମ କରିବା ଛାଡୁଛନ୍ତି !


ବିସ୍ମିତ ମୁଁ ସଖୀ

ନିଷ୍ଠୁର ହୃଦୟ ହୀନ ମଣିଷଙ୍କର

ଅଦ୍ଭୁତ ମାନସିକତା ଦେଖି

କେମିତି ବାଧ୍ୟ କରୁଛନ୍ତି

ପ୍ରଥା ପରମ୍ପରା ପାଳିବାକୁ !

ଖିଆ ପିଆ ଭୋଜିଭାତ କଣ

ତୁମ ଦୁଃଖରେ ଦୁଃଖୀ ହେଉଛନ୍ତି !


ପ୍ରାଣର ସଖୀ ମୋର !

ଯା ହେଲେ ବି ଚାଲିବା

ସ୍ଥିର ହେବା ପର୍ଯ୍ୟନ୍ତ

ନାମ ବଦଳରେ ଶବର

ପରିଚୟ ପତ୍ର ମିଳିବା ଯାଏ

ବନ୍ୟାରେ ଭାସ

କି ସମୁଦ୍ର ବୁଡି ମର

ତୁମେ ଚାଲିବାକୁ ବାଧ୍ୟ

ମରି ମରି

ନିଜ ଶବ ନିଜ କାନ୍ଧେ ବୋହି

ତୁମ ନିଃଶ୍ବାସ ଚାଲୁଛି ଯେ ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy