STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଜାତୀୟ ପର୍ବ‌ ନିର୍ବାଚନ

ଜାତୀୟ ପର୍ବ‌ ନିର୍ବାଚନ

1 min
12


ଜାତୀୟ ପର୍ବ‌ ଦେଶର ଗର୍ବ

   ଆମ ଏ ନିର୍ବାଚନ,

ସଭିଙ୍କ ମନେ ଖୁସି ଉତ୍ସାହ 

   ଚାଲିଛି ମତଦାନ।

ଗଣତନ୍ତ୍ରର ବିଧିବିଧାନ

   ପବିତ୍ର ସମ୍ବିଧାନ,

ଆମ ନାଆରେ‌ ଆମେ ନାଉରୀ

   ଶାସନ ଆମ ଧନ୍ୟ।

ଆସିଛି ବେଳ ମାରି ମୋହର

  ବାଛିଲେ ଯୋଗ୍ୟ ନେତା,

ଦେଶ ସମ୍ମାନ ରହିବ ନିଶ୍ଚେ

   ଟେକିଚାଲିବା‌ ମଥା।

ଆଜି ଆସିଛି ଏ ନିର୍ବାଚନ

   ପବିତ୍ର ଦିନଟିଏ,

ଜନତା ନେତା ବାଛିବା‌ ପାଇଁ

   ନିଜର ଭୋଟ୍‌ ଦିଏ।

ଜନତା ଅଟେ ଭାଗ୍ଯବିଧାତା‌

   ଆମ ଏ ପ୍ରାର୍ଥୀଙ୍କର,

ବିଚାର‌ବୋଧ ନିର୍ମଳ ହେଲେ

   ଗଢିବ‌ ସରକାର।

ଶୃଙ୍ଖଳା ରକ୍ଷା କରି ଜନତା

  ଭୋଟ୍‌ କେନ୍ଦ୍ର ଚଳ,

ନିରପେକ୍ଷରେ ସାବ୍ୟସ୍ତ କର

  ନିଜର ଅଧିକାର।

ନାଗରୀକତା ସମ୍ମାନ ରକ୍ଷା

  କର ଭୋଟର‌ ଭାଇ,

ଭୋଟ୍‌ଦାନ ଅମୂଲ୍ୟ ଯୋଗ

   ଏଡାଇ ଦିଅ ନାହିଁ।

ଭୋଟ୍‌ ଦିଅ ଦେଶ ବଞ୍ଚାଅ

   ହଟାଅ‌ ଅତ୍ୟାଚାର,

ଆମେ ଚାହିଁଲେ ଗଢିବା ବାବୁ

   ସୁଯୋଗ୍ଯ ସରକାର।

ଏହି ସୁଯୋଗ ଆସିଛି ଆଜି

   କରନା ହାତଛଡ଼ା,

ଆସନ୍ତୁ ଭୋଟ୍‌ ଦେବାକୁ ଯିବା

   ଧାଡିରେ‌ ହେବା ଛିଡ଼ା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy