STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଶୁଖିଲା ବରଡ଼ା

ଶୁଖିଲା ବରଡ଼ା

1 min
11


ପ୍ରଭୁ ପାଦତଳେ ମାନସିକ ଛଳେ

ଭାବୁଛି ଥରକୁ ଥରେ

ଜୀବନ ବି ତାର ସପନ ବି ତାର

ଝୁଲାରେ ଝୁଲୁଛେ ଫେରେ


ହାରିବା ଜିତିବା ବିଫଳତା ମୁଣ୍ଡିବା

ସବୁ ପରା ବିଭୁ କଲ୍ୟାଣ

ଲକ୍ଷ୍ୟ ବି ତାହାର ପନ୍ଥା ବି ତାହାର

ଦଣ୍ଡେ ନିମିଷେ ରହେନା ପ୍ରାଣ


ସରି ସରି ଯାଉଛି ଦୀପରୁ ତଇଳ

ବୟସ ସରୁଛି ହଲି ଦୋହଲି

ହାସ୍ୟରେ ଲାସ୍ୟରେ ଟାହି ଟାପରାରେ

କାହିଁକି ଭାବିବି ବିଫଳ ହେଲି


ନଇଁ ଚାଲିଲିଣି ସଂସାର ବୋଝରେ

ହାତ ଥରିଲାଣି ଗଣ୍ଠି ଫୁଲିଲାଣି

କର୍ମଫଳ ବଳେ ଦଣ୍ଡାଦେଶ ମିଳେ

କାହିଁକି ଭାବିବି କଷ୍ଟ ମିଳିଲାଣି


ଘରେ ହତାଦର ଗ୍ରାମେ ତିରସ୍କାର

ସେବା ଶୁଶ୍ରୁଷା ନ କହିବା ଭଲ

ଅନାଥର ନାଥ ତୁମେ ଶ୍ରୀଜଗନ୍ନାଥ

କିସ ପାଇଁ ଶୋକ କରିବି ମୂଲ


ଶୁଖିଲା ବରଡ଼ା ହେଲିଣି ଅଲୋଡ଼ା

ମଉଳା ଆଶାରେ ନାହିଁ ଉଚ୍ଛ୍ଵାସ

ପ୍ରଭୁ ପାଦତଳେ ପ୍ରଣତି ପଖାଳେ

କରୁଣା ବାରିରେ ଭରିବେ ଉଲ୍ଲାସ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy