STORYMIRROR

Sambit Srikumar

Tragedy Inspirational

3  

Sambit Srikumar

Tragedy Inspirational

ରକ୍ତତୀର୍ଥ ଇରମ

ରକ୍ତତୀର୍ଥ ଇରମ

1 min
328


କଳିଙ୍ଗ ସାଗର କୂଳରେ ସ୍ଥିତ ପୂଣ୍ୟଧାମ

ମୁକ୍ତିକାମୀ ଜନତାର ପାବନ ତପୋବନ

ଏଇ ଆମରି ରକ୍ତତୀର୍ଥ କ୍ଷେତ୍ର ଇରମ

ଯା'ର ଲାଗି ଓଡ଼ିଆ ଜାତି ହୋଇଛି ମହାନ।


ରକ୍ତ ରଞ୍ଜିତ ମୁକ୍ତିସଂଗ୍ରାମର ମୂକସାକ୍ଷୀ

ବୀର ଶହୀଦର ଆକାତର ବଳିଦାନ

ଆଉ ଶୋଣିତରେ ମହିମାମଣ୍ଡିତ ଏଇ ଭୂମି

ଯେଉଁଠି ସଦା ଗୁଞ୍ଜରିତ ସ୍ଵତନ୍ତ୍ରତାର ମନ୍ତ୍ରଧ୍ୱନି।


ସଭିଏଁ ତ କହନ୍ତି ଜାଲିଆନାୱାଲାବାଗର କଥା

ପୁଣି କିଆଁ ଇରମ ବେଳକୁ ରୁହନ୍ତି ତୁନି

ଦିଏ ଆମରି ମରମେ ଅନେକ ଅସହ୍ୟ ବ୍ୟଥା

କିଏ କି ପାରିବ ବିସ୍ମରି ତିଳେ ବିଶ୍ୱାସ ହୁଏନି।


ଇତିହାସର ସେଇ ଦାରୁଣ ଯନ୍ତ୍ରଣା ବୋଧ

ଆଜି ବି ରହିଛି ସତେଜ ମାନସପଟରେ

ଆଉ ରହିଥିବ କାଳ କାଳକୁ ଅମ୍ଲାନ ଅମଳିନ

ଯାବତ ଚଳାଚଳ କରୁଥିବେ ସୂର୍ଯ୍ୟନାରାୟଣ।


ଅହିଂସା ସତ୍ୟାଗ୍ରହରେ ହୋଇ ଅତିଷ୍ଠ ଅସହିଷ୍ଣୁ

ଗୋଧୂଳିରେ ଫିରିଙ୍ଗି ଫଉଜ ଚଳାଇଲା ଗୁଳି

ନରମେଧ ଯଜ୍ଞକୁଣ୍ଡରେ ଆପଣା ପ୍ରାଣର ଆହୁତି

ଦେଇ ଅଣତିରିଶ ଜଣ ସଂଗ୍ରାମୀ ପଡ଼ିଥିଲେ ଟଳି।


ବିନା ରକ୍ତଦାନରେ କେବେ ମୁକ୍ତି ନୁହଁଇ ସମ୍ଭବ

ଯୁଗେ ଯୁଗେ ଏହା ହିଁ ଏକମାତ୍ର ପରୀକ୍ଷିତ ସତ୍ୟ

ଏଇ ତ ରକ୍ତତୀର୍ଥ ଇରମର ଇତିବୃତି ଇତିହାସ

ସ୍ୱର୍ଣ୍ଣିମ ଅକ୍ଷରରେ ଯାହା ହୋଇଅଛି ଲିପିବଦ୍ଧ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy