STORYMIRROR

Prafulla Kumar Tripathy

Tragedy

3  

Prafulla Kumar Tripathy

Tragedy

ବୁଢା ଶଙ୍ଖାରି

ବୁଢା ଶଙ୍ଖାରି

1 min
365

ବାଛି ବାଛି ରଙ୍ଗ ବେରଙ୍ଗର

ଶଙ୍ଖା ପିିନ୍ଧୁଥିଲା ନୂଆବୋହୁଟି

ଆନମନା ହୁଏ ସେକ୍ଷଣି

ଉକ୍ଢଣ୍ଠା ହୋଇ ଅପେକ୍ଷା କରେ

ବୁଢା ଶଙ୍ଖାରିର ଆଗମନକୁ

କେବେ ମୂଲ ଚାଲ କରେନି

କେତେ ମନ ଲାଖି ରଙ୍ଗର

ଆସମାନତାରା ଶଙ୍ଖା ା

ନୂଆବୋହୁର ଚମ୍ଫାଫୁଲିଆ

କଅଁଳ ହାତରେ ଶଂଖା ପିନ୍ଧେଇବ

ବୁଢାର ମନ ନାଚି ଉଠେ

ଶଂଖା ପିନ୍ଧିଲା ପରେ ବଢିଯାଏ

ଆତ୍ମୀୟତାର ପରିଚୟ

ଏ ଶଂଖା ତାର ଭାବ ବେଗର ପ୍ରତୀକ

ଏ ମିଳନର ବିରହରେ

ତା ଜୀବନର ସୌଭାଗ୍ୟର ପରିଚୟ

ଏ ସଂସାରର ଅସ୍ଥାୟୀ ମାୟାରେ

ସଂସାରତ କ୍ଷଣସ୍ଥାୟୀ

ଏ କଥା ପାଶୋରି ଯାଇଥିଲା ବୋହୁଟି

ଭଙ୍ଗା ହୋଇଗଲା ହାତର ଶଂଖା

ଲିଭିଗଲା ମଥାର ସିଂଦୂର

ଉଜୁୁଡି ଗଲା ତା ସଂସାର

ଭାଗ୍ୟ ତାର ତଳେ ଲୋଟିଲା

ଶୁଭିଲାନିି ଶଂଖାର ରୁଣୁ ଝୁଣୁ ଶଦ୍ଦ

ସେ ହେଲା ସଫେଦ ଶାଢୀର ମଣିଷ

ସତେକି ଆମ ପାଇଁ ଅଛୁଆଁ

ଏ ସମାଜ ଦେଲା ବୈଧବ୍ୟର ଯନ୍ତ୍ରଣା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy