ବୁଢା ଶଙ୍ଖାରି
ବୁଢା ଶଙ୍ଖାରି
ବାଛି ବାଛି ରଙ୍ଗ ବେରଙ୍ଗର
ଶଙ୍ଖା ପିିନ୍ଧୁଥିଲା ନୂଆବୋହୁଟି
ଆନମନା ହୁଏ ସେକ୍ଷଣି
ଉକ୍ଢଣ୍ଠା ହୋଇ ଅପେକ୍ଷା କରେ
ବୁଢା ଶଙ୍ଖାରିର ଆଗମନକୁ
କେବେ ମୂଲ ଚାଲ କରେନି
କେତେ ମନ ଲାଖି ରଙ୍ଗର
ଆସମାନତାରା ଶଙ୍ଖା ା
ନୂଆବୋହୁର ଚମ୍ଫାଫୁଲିଆ
କଅଁଳ ହାତରେ ଶଂଖା ପିନ୍ଧେଇବ
ବୁଢାର ମନ ନାଚି ଉଠେ
ଶଂଖା ପିନ୍ଧିଲା ପରେ ବଢିଯାଏ
ଆତ୍ମୀୟତାର ପରିଚୟ
ଏ ଶଂଖା ତାର ଭାବ ବେଗର ପ୍ରତୀକ
ଏ ମିଳନର ବିରହରେ
ତା ଜୀବନର ସୌଭାଗ୍ୟର ପରିଚୟ
ଏ ସଂସାରର ଅସ୍ଥାୟୀ ମାୟାରେ
ସଂସାରତ କ୍ଷଣସ୍ଥାୟୀ
ଏ କଥା ପାଶୋରି ଯାଇଥିଲା ବୋହୁଟି
ଭଙ୍ଗା ହୋଇଗଲା ହାତର ଶଂଖା
ଲିଭିଗଲା ମଥାର ସିଂଦୂର
ଉଜୁୁଡି ଗଲା ତା ସଂସାର
ଭାଗ୍ୟ ତାର ତଳେ ଲୋଟିଲା
ଶୁଭିଲାନିି ଶଂଖାର ରୁଣୁ ଝୁଣୁ ଶଦ୍ଦ
ସେ ହେଲା ସଫେଦ ଶାଢୀର ମଣିଷ
ସତେକି ଆମ ପାଇଁ ଅଛୁଆଁ
ଏ ସମାଜ ଦେଲା ବୈଧବ୍ୟର ଯନ୍ତ୍ରଣା
