STORYMIRROR

DEEPAK KUMAR PATRA

Tragedy

3  

DEEPAK KUMAR PATRA

Tragedy

ଦୁଃଖକୁ ବି ସୁଖ ମଣିଲି

ଦୁଃଖକୁ ବି ସୁଖ ମଣିଲି

1 min
176

ପ୍ରେମ ନୁହେଁ କେବେ ପାଣିର ଫୋଟକା

କ୍ଷଣିକ ଯାହାର ଜୀବନ

ବଞ୍ଚିଥିବା ଯାଏଁ ପ୍ରେମ ରହିଥାଏ

ହୁଏନି କେବେ ତା ମରଣ ।।

ଦେବାକୁ ଯାତନା ଭଲପାଉ ନାହିଁ

ଦେବି ଅଶରନ୍ତି ସୁଖ

ଭୁଲିଯିବି ଦୁଃଖ ପାଇ କେତେ ସୁଖ

ମେଣ୍ଟିବ ମନର ଭୋକ ।।

ବଇଦ ନିକଟେ ଫିଟାଇ କହିଲେ

ରୋଗଟା ହୁଅଇ ନିଦାନ

ନିଜ ଲୋକ ପାଖେ ଖୋଲିକି କହିଲେ

ହାଲୁକା ହୁଅଇ ମନ ।।

ମୋହରି ଦୁଃଖରେ ଦୁଃଖୀ ହୁଅ ତୁମେ

ଏକଥା ଯେବେ ମୁଁ ଜାଣିଲି

ସେହିଦିନ ଠାରୁ ତୁମସୁଖ ପାଇଁ

ଦୁଃଖକୁ ବି ସୁଖ ମଣିଲି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy