STORYMIRROR

Debadatta Jena

Romance Tragedy

4.0  

Debadatta Jena

Romance Tragedy

ପାରିଜାତ

ପାରିଜାତ

1 min
236


ତୋ' ମୋ' ଶବ୍ଦ ସବୁ..

କବିତା ହିଁ ତ ଥିଲା,

ଯୋଡୁ ଥିଲା ତତେ ଓ ମତେ,

ଜାଣି ମୁଁ ପାରୁନି ଏବେ,

ଶବ୍ଦ,ନିଃଶବ୍ଦ,ନିଃସ୍ୱ ନିଃସ୍ୱନ,

କେଉଁ ନିଃସୃତ ଆଳାପ,

ଭାଙ୍ଗୁଛି ତ ମତେ..!


ତୋ'ମୋ'ଭାବ ଯେତେ..

ଭାବ ମୟ ହିଁ ତ ଥିଲା,

ଖଞ୍ଜୁଥିଲା,ସମ୍ଭାବନା କେତେ,

ଅଭାବ ତ ଲାଗେ ଏବେ,

ସେ ଭାବନା ବନ୍ଧନ ଅସ୍ତମିତ,

ଲାଗେ ନିଃସ୍ପନ୍ଦ,ନିଃସ୍ପ୍ରାଣ'

ବାନ୍ଧି ପାରୁନି ତ ଏତେ..!


ହଁ, ସେ ସମ୍ପର୍କର ଖିଅ..

ବୁଢିଆଣୀ ଜାଲ ହିଁ ତ ଥିଲା,

ଉର୍ଣ୍ଣନାଭିବତ ବୁଣୁ ଥିଲା,

ଯେତେ ଭାବନାର ସୁକ୍ଷ୍ମ ଜାଲ,

ତା ଅସ୍ଥି,ମଜ୍ଜା,ମେଦ,ବୃନ୍ତ,

ଏବେ ଲାଗେ ବୃନ୍ତ ଶୂନ୍ୟ 

ବିସ୍ମୃତ ବିଭୋର ମାୟା ମୋହ,

ଛନ୍ଦି ପାରୁନି ତ ସତେ,

ସେ ଇନ୍ଦ୍ରଜାଲ,ପାରିଜାତ,

କିଛି ମତେ,କିଛି ତତେ..!

@ଇନ୍ଦ୍ରଧନୁର ରଂଗ..🌷



Rate this content
Log in

Similar oriya poem from Romance