ଭ୍ରମିତ ଭ୍ରମର
ଭ୍ରମିତ ଭ୍ରମର


ତୁମରି ପାଇଁ ମୁଁ ନିଆଁରେ ପଶିଲି
ସିଝାଇଲି ମୋର ଦେହ
ତୁମପାଇଁ ଦିନେ ଜାଳିଲି ନିଜକୁ
ଢାଳିଲି ଆଖିରୁ ଲୁହ I
ଲକ୍ଷହୀନ ହୋଇ ବାଟ ମୁଁ ଚାଲିଲି
ମୁହଁରୁ ଲିଭିଲା ହସ
ତୁମରି ପାଇଁ ମୁଁ ଭୁଲିଲି ନିଜକୁ
ଭୁଲିଗଲି ଭୋକ ଶୋଷ I
ଦୁନିଆ ଆଖିରୁ ହଜିଯିବା ପାଇଁ
ନେଲି ଆତ୍ମ ନିର୍ବାସନ
ସେହିଦିନ ମୋର ହାତଧରିନେଇ
ଶୁଣାଇଲ ବଂଶୀସ୍ୱନ I
ଅଧାବାଟେ ପାଦ ଅଟକିଲା ମୋର
ଖୋଲିଲା ମନର ଚାବି
ହଜିଗଲି ପୁଣି ତୁମରି ଭିତରେ
ତୁମେ ପାଲଟିଲ ଦେବୀ I
ଆଜି ତୁମେ ମୋର ଜୀବନ ପ୍ରଦୀପ
ମୋ ଆଖି ତଳର ଜ୍ୟୋତି
ତାହେଲେ କାହିଁକି ତୁମରି ପାଇଁକି
ଜଳୁଥିଲି ଦିନରାତି ?