ସୁହାଗ ଟିକିଲି
ସୁହାଗ ଟିକିଲି
ତୁମେ ମୋର ଅସ୍ତରାଗର ସୂର୍ଯ୍ୟ
ଦୂର ଦିଗବଳୟର ଇନ୍ଦ୍ରଧନୁ
ସାତ ରଙ୍ଗେ ସାତ ଘେରାରେ ଅଗ୍ନିସାକ୍ଷୀ ।
ସେ ବେଳେ ଫୁଟି ଉଠେ ପରସ୍ତ ପରସ୍ତ
ପ୍ରେମ ଫର୍ଦ୍ଦ, ତୃପ୍ତ ହୋଇ ଯାଏ ମୋର ଅସ୍ପୃଶ୍ୟ
ଦେହ ମନ ।
ମୋର ନିଶିର ଅନ୍ତିମ ପ୍ରହରକୁ ଅଗ୍ରାହ୍ୟ
ହେଲେ କେମିତି କହିବି !
ତାହା ତ ଅପ୍ରକାଶ୍ୟ
ତୁମେ ଯେ ହଠାତ୍ ପ୍ରସ୍ତୁତିରେ ବ୍ୟସ୍ତ ,
ତୁମକୁ ଦେଖି ବିଚ୍ଛେଦ ଯନ୍ତ୍ରଣା ମୋତେ
ବ୍ୟତିବ୍ୟସ୍ତ କରି ଦେଉ ଥାଏ ।
ହେଲେ ମୁଁ କି ପାରିଛି ଭୂଲି ?
ମୁଁ ଯେ ତୁମର ସଖୀ ନୁହେଁ ଶାଖୀ ,
ତୁମରେ ମୋର ପ୍ରମ କଳ୍ପ ବଟ
ତୁମ ବିନା ମୋ ଜୀବନରେ କିଛି ନାହିଁ।
ମନ ପକ୍ଷୀ ଗଗନ ବୁକୁରେ ଖେଳ କୁଦ
କରି ବାହୁଡେ ।
ତୁମେ ମୋର ସେଇ ନୀଳ ଆକାଶ
ମୁଁ ଯେ ଟିକି ଚଢ଼େଇ ।
ମୁଁ ପଡ଼ି ଥିବି ଗୋ
ପୋଖରୀ ତୁଠର ଶିଉଳି ପାଷାଣ ପରି ,
ବୃଦ୍ଧା ଅବସ୍ଥାରେ ତୁମର ଏଇ ବିଦେଶ
ଯାତ୍ରା ବଡ଼ କଷ୍ଟ ଦାୟକ !
ଭର ପୁର ପରିବାର ଭିତରେ ଶୁନ୍ୟତା
କାହିଁକି କହି ପାରିବ?
ଯିବା ସମୟରେ ଦେଖି ଯାଅ
ମୋ ବଦନରେ ଅନୁରାଗ ଚନ୍ଦ୍ରମା ,
ତୁମେ ମୋର ଗୋଧୂଳି ବେଳର
ମଥାର ଟିକିଲି
ସାରା ବ୍ରହ୍ମାଣ୍ଡ ବୁଲିଲେ ବି ଉଇଁ
ଆସିବ ମୋ ସୁହାଗ କପାଳରେ ।

