STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ପ୍ରେମ ବିୟୋଗ

ପ୍ରେମ ବିୟୋଗ

1 min
189


ଅଥୟ ହେଉଛି ମନ ପ୍ରେମର ବିୟୋଗେ

ବୁଦ୍ଧି ଦିଶୁ ନାହିଁ ପୁତ୍ର ପତ୍ନୀର ବିୟୋଗେ,

ଛାଡି ରହି ଅଛି ମୋତେ କିପରି ସଂଯୋଗେ

କଲବଲ ପ୍ରାଣ ହୁଏ ତାଙ୍କରି ବିୟୋଗେ।୧।


ପୁଅକୁ ଧରିଣ ସେହୁ ଦିଲ୍ଲୀରେ ରହିଛି

କରୋନା ପ୍ରକୋପ ଏହି ଦେଶେ ପଡିଅଛି,

ଆସିବା ସାଧନ ସବୁ ବନ୍ଦ ହୋଇ ଅଛି

ପୁଅକୁ ଧରିଣ ସେହୁ କିପରି ରହିଛି।୧।


ଟେଲିଫୋନ କରେ ମୋତେ କିପରି ରହିଛି

ପୁଅକୁ କିପରି ଭାବେ ରଖିଣ ରହିଛି,

ଅସୁବିଧା କଥା ସେହୁ ନିତ୍ୟେ କହୁଅଛି

ଯିବା ପାଇଁ କଥା ସେହୁ ମୋତେ କହୁଅଛି।୨।


ଆସିବାର କଥା ପୁଅ ମୋତେହିଁ କହୁଛି

ଦ୍ୱିତୀୟ କରୋନା ଏବେ ଅସ୍ଥିର କରୁଛି,

କାହିଁ ଯିବା କଥା ଏବେ ସ୍ବପ୍ନ ହୋଇଅଛି

ପ୍ରେମ ଶ୍ରଦ୍ଧା ଭକ୍ତି ଅତି କାତର କରୁଛି।୩।


କୄପାସିନ୍ଧୁ ପ୍ରଭୁ କେଭେ କୄପା ହିଁ କରିବେ

ପୁତ୍ର ପତ୍ନୀ ଦୁଇ କେଭେ ମୋ ପାଖେ ଆସିବେ,

ଯାତାୟତ କେଭେ ପୁଣି ସୁଗମ ହୋଇବ

ଯନ୍ତ୍ରଣାର କଷ୍ଟ କେବେ ଦୂର ହୋଇ ଯିବ।୪।


ଦୟାକର କର ପ୍ରଭୁ ଜଗତ ଠାକୁର

କରୋନା ଯନ୍ତ୍ରଣା ଶୀଘ୍ର ଦେଶୁ ଦୂର କର,

ତବ କୄପା ବଳେ ଏହା ଦୂର ହିଁ ଟି କର

ଜଗତ ମଙ୍ଗଳ ଏହା କର ନିରାକାର।୫।


ଅଥୟ ହେଉଛି ମନ ପ୍ରେମର ବିୟୋଗେ

ବୁଦ୍ଧି ଦିଶୁ ନାହିଁ ପୁତ୍ର ପତ୍ନୀର ବିୟୋଗେ

ଛାଡି ରହି ଆଛି ମୋତେ କିପରି ସଂଯୋଗେ

କଲବଲ ପ୍ରାଣ ହୁଏ ତାଙ୍କରି ବିୟୋଗେ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy