STORYMIRROR

Pranati Panda

Tragedy

3  

Pranati Panda

Tragedy

ନିଃଶବ୍ଦ ଘୁଙ୍ଗୁର

ନିଃଶବ୍ଦ ଘୁଙ୍ଗୁର

1 min
224


ପାଦ ଦୁଇ ନାଚିବାକୁ ହୁଏ ତରତର

ବାଜିବ ବୋଲି ଘୁଙ୍ଗୁର ହୁଅଇ ଅସ୍ଥିର ,

ଜଞ୍ଜିର ବନ୍ଧା ପଡ଼ିଛି ଜଞ୍ଜାଳେ ମୋହର

ନିଃଶବ୍ଦ ଘୁଙ୍ଗୁର ଆଜି ହୁଅଇ ଅଧୀର ।୧।


ନାଚୁଥିଲା ଘୁଙ୍ଗୁର ମୋ ସ୍ଵପ୍ନ ଥିଲା ଭରି

ରଙ୍ଗଭରା ପୟର ମୋ ନାଚୁଥିଲା ଥିରି ,

ଦୁନିଆଁର ରଙ୍ଗମଞ୍ଚେ ଥେଇ ଥେଇ ନାଚେ 

ରୁଣୁ ଝୁଣୁ ଶବଦରେ ଘୁଙ୍ଗୁର ମୋ ବାଜେ ।୨।


ବିଧିର ବିଧାନ ଏ'ତ ସରିବ ସପନ 

କପାଳ ଲିଖନ କେବେ ହୋଇବନି ଆନ ,

କର୍ମକୁ ଆଦରି ଆଜି କୁହୁଳା ସପନ 

ନିଃଶବ୍ଦେ ପଡ଼ିଛି ଶୋଇ ହୋଇ ଆନମନ ।୩।


ସମସ୍ୟା ବହୁଳ ଭରା ଜୀବନ ସଂଗ୍ରାମେ 

ସହାନଭୂତିର ଆଜି ଉଠେ ସାତ ସୁର ,

ଶବ୍ଦହୀନ କାହିଁ ଆଜି କିମ୍ପାଇ ଉଛୁର 

ମୃଦଙ୍ଗର ତାଳେ କିମ୍ପା ନାଚେନା ଘୁଙ୍ଗୁର ।୪।


ଆସୁ ଯେତେ ଝଡଝଞ୍ଜା ତଥାପି ତ' ନାଚେ

ଆଜି କାହିଁ ଘୁଙ୍ଗୁର ତା' ଅସ୍ତିତ୍ୱଟା ଖୋଜେ ,

ଜୀବନଟା ବଦଳିଛି ସମୟର ସାଥେ 

ନିଃଶବ୍ଦ ଘୁଙ୍ଗୁର ଆଜି ଆଉ ତ' ନବାଜେ।୫।

     

     



Rate this content
Log in

Similar oriya poem from Tragedy