STORYMIRROR

Pranati Jena

Tragedy

3  

Pranati Jena

Tragedy

ଶିଶୁ କଳିକା.. ପ୍ରଣତି ଜେନା

ଶିଶୁ କଳିକା.. ପ୍ରଣତି ଜେନା

1 min
253

କୋମଳ ବୟସ ଜାଣେନି କା ଦୋଷ 

  ଭଲ, ମନ୍ଦ ବୁଝେ ନାହିଁ,

ଜନ୍ମକାଳୁ ଦୁଃଖ ଘରେ ତାର ବାସ 

  ସୁଖ କଣ ଦେଖି ନାହିଁ.... 

ଶିଶୁ ଶ୍ରମିକଟେ ମୁହିଁ, 

           କଳିକାର ରୂପ ନେଇ.....!!


           ଦାରିଦ୍ର୍ୟ ଯାହାର ଚିର ସହଚର 

            ଭୋକର କଷ୍ଟ ନ ସହି, 

           କୁନି ହାତେ ତାର ବିରାଟ କର୍ମର 

            କଷଣ ଭୂଷଣ ହୋଇ.... ଶିଶୁ... 


କୋମଳ ବୟସେ ପାଠ ହଜିଗଲା 

 ପେଟ ଜ୍ୱାଳା ହେଲା କାଳ, 

ସ୍ୱାଧୀନ ଭାରତ ଏ ପରାଧୀନତା 

  ଶିଶୁ ଶ୍ରମିକ ମାଳମାଳ.... ଶିଶୁ... 


           ଜୀବନ ଜିଜ୍ଞାସା ସଂଘର୍ଷର ଭାଷା 

            ଦରିଦ୍ରର କଷାଘାତ, 

           ଶିଶୁ ଶ୍ରମିକ ମୁକ୍ତ ଗଠନେ ଓଡିଶା 

             ଗଣତନ୍ତ୍ର ପରାହତ....ଶିଶୁ... 


ସ୍ୱପ୍ନ ଦେଖିବା ତ ତାର ପାଇଁ ମନା 

  ନିରୀହତା ପଣ ତଳେ, 

 ନିଷ୍ପାପ ମନର ଅକୁହା ଯନ୍ତ୍ରଣା 

  ଧନୀ ଶିଶୁକୁ ଦେଖିଲେ .... ଶିଶୁ... 


            ମୋ ଭିତର ଶିଶୁ ଗୁମୁରି ଉଠଇ 

             ସଂଘର୍ଷର ଶରାଘାତେ, 

            ଫେରାଇ ଦିଅ ହେ ଶିଶୁ ଅଧିକାର 

             କୋମଳ ପରାଣ କେତେ.... ଶିଶୁ... 


ପ୍ରତି କଲମର ସ୍ୱର ଏକ ହେଉ 

 ହୃଦୟରୁ ଭାବ ଥରେ, 

ନିଜ ଶିଶୁ ଆଜି ଶ୍ରମିକ ପାଲଟୁ 

 କେ ସହିବ କି ଅନ୍ତରେ....???ଶିଶୁ... 


          ନିରୀହ ଚାହାଣୀ ଆଖି ପଲକରେ 

           ଥାଏ କେତେ ବ୍ୟାକୁଳତା, 

          ଦେଖିଲେ ସେ ଦୃଶ୍ୟ ବ୍ୟଥା ଜୀବନରେ 

            ସୃଷ୍ଟିରେ କି ବିଚିତ୍ରତା.... ଶିଶୁ... 


ପ୍ରତି ଶିଶୁ ମୁଖେ ହସ ଫୁଟାଇଣ 

  ଫେରାଇବା ଅଧିକାର, 

ହେବ ଉଦାହରଣ ଶିଶୁର କଲ୍ୟାଣ 

  ସମାଜେ ଆଣି ସଂସ୍କାର.... ଶିଶୁ... 


           ବିପ୍ଳବ ଖେଳୁ ପ୍ରତିଟି ହୃଦୟରେ 

            ଶିଶୁ ପ୍ରଭୁ ପ୍ରତିରୂପ, 

           ହସ ଭରିଦେବା ନିଷ୍ପାପର ପ୍ରାଣେ 

            ପରମାତ୍ମାଙ୍କ ସ୍ୱରୂପ.... 


କିଏ ସେ ମହାନ ଅବା ଗରୀୟାନ 

  ଦେବତା ସେ ଶିଶୁ ବନ୍ଧୁ, 

ପୁନର୍ଜନ୍ମ ଦେବ ରୂପରେ ମାନବ 

  ଶିଶୁ କଳି ହୃଦସିନ୍ଧୁ.... 


         ଆଜି ଜୀବନ ତ କାଲି ଦେଖିନାହିଁ 

          ହୃଦୟରେ ଭାବ ଥରେ, 

         ମହତ କରମ ଜନ୍ମ ଲଭିବାହିଁ 

          ସାର୍ଥକ ତା ଜୀବନରେ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy