STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ମନ କଥା

ମନ କଥା

1 min
368

ବୃଦ୍ଧ ମୋ ବୟସ   ଆସିଛି ଏବେରେ

    ଦେଖିଛି କେତେ ଭାଦ୍ରବ,

ଦେଖିଛି ଆଷାଢ    ଶ୍ରାବଣ କେତେରେ

     ହୁଏ ସ୍ମୃତି ଆବିର୍ଭାବ।


ବର୍ଷା ଶ୍ରାବଣରେ     ବର୍ଷା ଘନଘନ

     ଏବର୍ଷ ସୁଖିଲା ଭୂମି,

ଅଷାଢରେ ବର୍ଷା    ନହେଲା ଏଥର

     ଥିଲାରେ ସୁଖିଲା ଭୂମି।


ଦୁର୍ଭିକ୍ଷ ଲକ୍ଷଣ     ଭାବିଣ କୃଷକ

     ଥିଲେ ମନକଷ୍ଟେ ଯହିଁ,

ନାହିଁରେ ସିଞ୍ଚାଇ    ସୁବିଧା ତାଙ୍କର

     ତାଙ୍କହସ୍ତେ କିଛିନାହିଁ।


ଇନ୍ଦ୍ରଙ୍କ ଭରସା    କେବଳ ତାଙ୍କର

    ନାହିଁରେ ଭରସା କାହିଁ,

ନହେଲାରେ ବର୍ଷା   ଆଷାଢ଼ ଶ୍ରାବଣେ

    ହେବ ଚାଷ କାର୍ଯ୍ୟକାହିଁ।


ମୁଣ୍ଡେ ହାତଧରି     ଜୀବନ ନିର୍ବାହ

    ଚିନ୍ତିତରେ ଅନୁକ୍ଷଣ,

ଭାଦ୍ରବ ଦେଲାରେ    ଝଡ଼ଜଞ୍ଜା ଆଣି

    ଦେଲା ଜୀବନେ କଷଣ।


ପୂର୍ଣ୍ଣଗର୍ଭା ହେଲା    ବର୍ଷା ଜଳେ ସବୁ

    ହେଲା ପୂର୍ଣ୍ଣଗର୍ଭା ନଈ,

ମାଟି ଘର ତହିଁ    ହେଲା ଜଳମଗ୍ନ 

    ଧାରେ ନେଇଗଲା ନଈ।


ପ୍ରକୃତି ତାଣ୍ଡବ    ହାହାକାର ଦୃଶ୍ୟ

    ଦେଖି ନାହିଁ ଜୀବନରେ,

ଅଥୟ କରୁଛି    ଭୟାବହ ଦୃଶ୍ୟ

    ଏହୁ ବୃଦ୍ଧ ବୟସରେ।

     

ଜଗତ ଠାକୁର    କି ନୀଳା ତୋହର

   ଆବିର୍ଭାବ କଲୁ ଏଠି,

ଜୀବନ ବ୍ୟତୀତ    ହୋଇବ କିପରି

    ପଡୁତ ନଜର ଏଠି।


ତବ କୃପାବଳୁ     ସମ୍ଭବ ସବୁରେ

    ଅନାଦି ଅନନ୍ତ ତୁହି,

କରହେ କରୁଣା    ପ୍ରଭୁ ଦାରୁବ୍ରହ୍ମ

     ପ୍ରଭୁ ଜଗନ୍ନାଥ ତୁହି।


ପାଳକ ତାରକ     ତୁହିହିଁ କାଳିଆ

     କଲୁ ନୀଳା ଭୟଙ୍କର,

ଅଭୟ ଦିଅହେ     କଷ୍ଟ ଦୂର କର

     ଖୁସିରେ ଚଳୁ ସଂସାର।


ମାଳଭୂମି ଏହୁ     ବିଚ୍ଛିନ୍ନାଞ୍ଚଳେଟି

    ସିଞ୍ଚାଇ ସବୁଧା ନାହିଁ,

ନୂଆ ଭାରତର     ଅମୃତ କାଳରେ  

     କିଛି ସୁବିଧାତ ନାହିଁ।


ପରା ରାମରାଜ୍ୟ    ଭାରତ ସାଜିଛି

     ଉଡେ ନୀଳଚକ୍ର ବାନା,

ଚକାନୟନରେ    ଦେଖରେ କାଳିଆ

     କରୁ ନାହଁ ଚିନ୍ତା କିନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract