STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଆହତ ଚଢେଇ

ଆହତ ଚଢେଇ

1 min
364


କରିଲା କିଏରେ ଆହତ ଚଢେଇ ଧର୍ମ ଜ୍ଞାନ ନାହିଁ କାର,

ଚଢେଇ ନିରୀହ କ୍ଷତି କଲାକାର

ଉଡୁ ଥିଲା ନିରନ୍ତର।


କେଉଁ ଅପରାଧ କଲାରେ ଚଢେଇ ପଥର ମାରିଲୁ ତାକୁ

ରାବ୍ ହେଉ ଥିଲା ମନ ମୋହୁ ଥିଲା

ଆହତ କରିଲୁ ତାକୁ।


ଧନ୍ୟରେ ମନୁଷ୍ୟ, କିମ୍ପା ପକ୍ଷୀହିଂସା କରିନାହିଁ ଦୋଷ କାର,

ବିନା ଦୋଷେ କିମ୍ପା ମାରିଲୁ ପଥର

କରିଲୁ ପାପ ଅପାର।


ନାହିଁ ସ୍ଥାନ ତୋର ପାପୀ ଦୁରାଚାର ନର୍କରେ କାଟିବୁ ଦିନ,

ନୀଳଚକ୍ର ଉଡେ ଦେଖୁଛି ସବୁତ

ନର୍କରେ ତହର ସ୍ଥାନ।


ଚକାନୟନରେ ଦେଖନ୍ତି ଠାକୁର ଆହତ ହେଲା ସେ ପକ୍ଷୀ,

ମାରିଛୁ ପଥର ଦେଖିଲେ ଠକୁର

କିମ୍ପା ତୁ ମାରିଲୁ ପକ୍ଷୀ।


ଜଳ ଘେନି ଆସ ଦିଅରେ ମଥରେ ଯନ୍ତ୍ରଣା ନହେଉ ତାର,

ଚିକିତ୍ସା କରିଣ ଛାଡ଼ି ଦିଅ ତାକୁ

ଉଡୁ ଥାଉ ନିରନ୍ତର।


ପ୍ରକୃତି ସୌନ୍ଦର୍ଯ୍ୟ ପକ୍ଷୀ ଜୀବଜନ୍ତୁ ମାରୁ କାହିଁ ପାଇଁ କିମ୍ପା?

ସୃଷ୍ଟିର ବିନାଶ କରୁଛୁ ତୁହିରେ

ଜ୍ଞାନ ନାହିଁ ତୋର କିମ୍ପା ।


ଅନାଦି ଅନନ୍ତ କରିଛନ୍ତି ସୃଷ୍ଟି ପ୍ରକୃତି ସୌନ୍ଦର୍ଯ୍ୟ ପାଇଁ,

ଦାନବ ହୋଇଣ କରୁଛୁ ବିନାଶ

ନଷ୍ଟ କରୁ କାହା ପାଇଁ।


ଉଡୁ ଥିଲା ପକ୍ଷୀ ମାରିଲୁ ପଥର କିମ୍ପା ହୀନ କର୍ମ କରୁ?

ମନୁଷ୍ୟ ଜୀବନ କରୁ କଳଙ୍କିତ

ପ୍ରକୃତି ବିନାଶ କରୁ।


ଜୀବ ହତ୍ୟା ପାପ ଶାସ୍ତ୍ରରେ ବର୍ଣ୍ଣିତ ଜ୍ଞାନ ନାହିଁ କିବା ତୋର,

ଜାଣି ଶୁଣି କିମ୍ପା କରୁ ମହାପାପ

ପାପେ ହେବୁ ଭାଗିଦର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy