STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଯନ୍ତ୍ରଣା ଦେଉଛି ଅତି

ଯନ୍ତ୍ରଣା ଦେଉଛି ଅତି

1 min
339

କେଉଁ ମନବୃତ୍ତି    ଓଡ଼ିଆଙ୍କ ଏଠି

    ଦେଉଛି ଯନ୍ତ୍ରଣା ଅତି,

ନାହିଁ ସହଯୋଗ  ନାହିଁ ଭାଷ ପ୍ରେମ

    ନାହିଁ ମାତୃଭାଷା ପ୍ରୀତି।


ଜାମସେଦପୁରେ  କେତେ ସମ୍ମିଳନୀ

    ଆସୋସିଏସନ୍ ଅଛି,

ଧ୍ୟାନ ନାହିଁ କାର   ସବୁ କଲେଜରେ

    ଓଡ଼ିଆ ବିଭାଗ ଅଛି।


ବନ୍ଦ ହେଉ ଅଛି   ନାହିଁ ଛାତ୍ରଛାତ୍ରୀ

    ଓଡ଼ିଆ ପଢନ୍ତି ନାହିଁ,

ଓଡ଼ିଆ ବହୁଳ    ଟାଟାନଗରରେ

    କିମ୍ପାଭାଷା ପ୍ରେମନାହିଁ ।


ଭାଷା ପ୍ରଫେସର   ଅତ୍ୟନ୍ତ ଦୁଃଖିତ

    ଭାଷାରତ ଛାତ୍ର ନାହିଁ,

କିପରି ରହିବ     ଓଡ଼ିଆ ବିଭାଗ

    ଚିନ୍ତାତିଳେ କାର ନାହିଁ।


ନିଜେ ପ୍ରଫେସର   କରନ୍ତିଟି ଚେଷ୍ଟା

    ଓଡ଼ିଆ ବିଭାଗ ରହୁ,

ଅନ୍ୟ ଜିଲ୍ଲାରୁ ଭି   ଆସୁନୁରେ ଛାତ୍ର

    କରୁଛନ୍ତି ଚେଷ୍ଟା ବହୁ।


ନନ୍ଦିକା ମହାନ୍ତି     କରିମ ସିଟିର

    ପ୍ରଫେସର ସେହୁ ପରା,

ମାତୃଭାଷା ପ୍ରେମ  ରହିଛି ତାଙ୍କରେ   

     କିପରି ବର୍ଣ୍ଣିବି ସାରା।


ଚେଷ୍ଟା ଟି ତାଙ୍କର  ରହୁ କଲେଜରେ

     ଓଡ଼ିଆ ବିଭାଗ ଆମ,

କିପରି ବର୍ଣ୍ଣିବି    ତାଙ୍କ ଅବଦାନ

    କେତେ ଭାଷାପ୍ରତି ଧ୍ୟାନ।


ତାଙ୍କ ଧ୍ୟାନସଙ୍ଗେ    ସମ୍ମିଳନୀର ଭି

    ଧ୍ୟାନ ତହିଁ ଦରକାର,

ଆସୋସିଏସନ୍   ଦେଉ ଧ୍ୟାନ ତାରେ

     କର୍ତ୍ତବ୍ୟର ଦରକାର।


ତେବେହିଁ ରହିବ    ଓଡ଼ିଆ ବିଭାଗ

    କରଚିନ୍ତା ଭାଇଥରେ,

ସମ୍ମାନ ରହିବ    ମର୍ଯ୍ୟାଦା ରହିବ

     ଦିଅଧ୍ୟାନ ଭାଇତାରେ।


ଜଗନ୍ନାଥ ଭୂମି     ବିଚ୍ଛିନ୍ନାଞ୍ଚଳ ଟି

    ଭାଷାର ଆଦର ହେଉ,

କଲେଜେ ପଢନ୍ତୁ   ଓଡ଼ିଆରେ ଛାତ୍ର

    ସଂସ୍ଥାର କର୍ତ୍ତବ୍ୟ ହେଉ।


ସିଂଭୂମ ପରାଟି    ଉତ୍କଳର ଭୁଇଁ

    ଜଗନ୍ନାଥ ଭୂଇଁ ପରା,

କର୍ତ୍ତବ୍ୟରେ ରହୁ   ସଂସ୍ଥାର କର୍ତ୍ତବ୍ୟ 

   ଶିକ୍ଷା ମାତୃଭାଷା ପରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy