STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ଅନ୍ଧାର ଘର

ଅନ୍ଧାର ଘର

1 min
334

କଷ୍ଟ କରି ମୁହିଁ          ତଳି ଥିଲି ଘର

       ଖୁସିର ଥିଲା ଅମ୍ବାର,

ପାଖେ ଆମ ଥିଲେ       ନାତି ଓ ନାତୁଣୀ

       ଆନନ୍ଦ ଥିଲା ଏଘର।


ଗାଆଁ ସ୍କୁଲରେ        ପାଠ ପଢୁ ଥିଲେ

       ଥିଲେ ବୁଢା ବୁଢ଼ୀ ସଙ୍ଗେ,

ଆଦରରେ ଅତି        ବୁଢ଼ୀ ରଖିଥିଲା

       ଖୁସିରେ ଥିଲେଟି ସଙ୍ଗେ।        

       

ପୁତ୍ର ପୁତ୍ର ବଧୁ       ସହରରେ ଥିଲେ

      ବାଧ୍ୟ ସେହୁ ରହିବାକୁ,

ପୁଅ କାର୍ଯ୍ୟକରେ       ଡିସି ଅଫିସରେ

      ନେଇ ଗଲେ ସନ୍ତାନକୁ।


କହିଲା ସେ ଆସି       ସହରେ ପଢିବେ

      ନେଇ ଯିବୁ ସନ୍ତାନଙ୍କୁ,

ଶିକ୍ଷାର ସୁବିଧା        ସହରେ ଅନେକ  

      କରିବା ଶିକ୍ଷିତ ତାଙ୍କୁ।


ପୁଅ କଥା ଶୁଣି       ବାଧ୍ୟ ହେଲୁ ଆମେ    

      ସନ୍ତାନଙ୍କୁ ନେଇଗଲା,

ଅନ୍ଧାର ହୋଇଲା        ଘରଟି ଆମର  

     ଅନ୍ଧାର ସାରା ଦିଶିଲା।


କାନ୍ଦୁ ଥାଏ ବୁଢ଼ୀ       ପାହିଯାଏ ରାତ୍ରୀ

      ଘର ଟି ଦିଶେ ଅନ୍ଧାର,

ବୃଦ୍ଧ ବୟସରେ        କେଉଁ କଷ୍ଟ ଏହୁ

      ସବୁତ ଦିଶେ ଅନ୍ଧାର।


ସବୁ ଥାଇ ମଧ୍ୟ       ଦୂର କିମ୍ପା ଆମେ?

     କିମ୍ପା ଏ ଯନ୍ତ୍ରଣା ବୃଦ୍ଧେ

ବୁଢା ବୁଢ଼ୀ କିମ୍ପା       ରାତ୍ରିରେ କାନ୍ଦିବେ

      ଘରର ଅନ୍ଧାରେ ବୃଦ୍ଧେ ।


ନାତି ନାତୁଣୀଙ୍କ         ରାବ୍ ସୁମଧୁର 

       ହୃଦୟରେ ଗୁଞ୍ଜୁଅଛି,

ଭାବି ସେହୁ କଥା        ରାତ୍ର ଉଜାଗର

       ବୁଢା ବୁଢ଼ୀ ହେଉଅଛି।


ମାୟାମୋହ କିମ୍ପା      ଛାଡୁ ନାହୁଁ ଦେହୁ?

      ହେଲାରେ ବୃଦ୍ଧ ବୟସ,

କର ଦୂର ଜଗା       ମାୟା ମୋହ ସବୁ

       ଭକ୍ତିର ଏହୁ ବୟସ।


ତବ ନାମ ଗାଇ        ବିତୁ ଏ ଜୀବନ

       ଦୂର କର ମାୟା ମୋହ,

କାଳିଆ କାଳିଆ        ଗୁଞ୍ଜୁ ହୃଦୟରେ

       କରହେ ଭକ୍ତି ପ୍ରବାହ।


ପ୍ରେମ ଭକ୍ତି ତ୍ୟାଗ       ଦିଅ ଦାରୁବ୍ରହ୍ମ

       ଭକ୍ତି ଚରଣରେ ରହୁ,

ଶ୍ରୀଚରଣେ ତବ        ନିରନ୍ତର ଶ୍ରଦ୍ଧା

       ଭାବ ସମର୍ପଣ ରହୁ।   


ଅନ୍ଧାର ଘରରେ        ଜଗନ୍ନାଥ ଗୁଞ୍ଜୁ

      ବୁଢା ବୁଢ଼ୀ ହୃଦେ ଗୁଞ୍ଜୁ,

ନାହିଁ ଚିରସ୍ଥାଇ       ଜୀବନେ କିଛିରେ  

      ହରେ କୃଷ୍ଣ ରାମ ଗୁଞ୍ଜୁ।


Rate this content
Log in

Similar oriya poem from Abstract