STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ପ୍ରକୃତି ପ୍ରେମ

ପ୍ରକୃତି ପ୍ରେମ

1 min
288

ପ୍ରକୃତିର ପ୍ରେମ ନାହିଁ ଯା ହୃଦରେ କାଟୁ ଥାଏ ଗଛ ନିତି,

କହିବା ଭାଇରେ ତାକୁ କି ମନୁଷ୍ୟ

କରେ ହୀନ କର୍ମ ବୃତ୍ତି।


ମୂର୍ଖ ନରାଧମ ଜ୍ଞାନ ନାହିଁ ଯାର ନାହିଁ ପ୍ରକୃତିରେ ପ୍ରୀତି,

କରୁଛି ବିନାଶ ପ୍ରକୃତି ସୌନ୍ଦର୍ଯ୍ୟ 

ଧରି ଅଛି ହୀନ ନୀତି।


ଜୀବିକା କରିଛି ଗଛ କାଟିବାର କରେ ବିକ୍ରୀ କରେ ଘରେ,

ଗଛ କାଟି କରେ ଜୀବନ ଯାପନ

ଟିକେ ଲଜ୍ଜା ନାହିଁ ତାରେ।


ନାହିଁ ଏ ମନୁଷ୍ୟ ପଶୁର ସମାନ ପ୍ରକୃତିରେ ନାହିଁ ପ୍ରେମ,

ଅଜ୍ଞାନ ପ୍ରବୃତ୍ତି ନାହିଁ କର୍ମ ଜ୍ଞାନ

ପ୍ରବୃତ୍ତି ନିର୍ଲଜ ସମ।


ଗଛ ପୁଷ୍ପ ଲତା ଦିଏ ଅମ୍ଳଜାନ ସୁଗନ୍ଧିତ କରେ ଧରା,

ସୁସ୍ଥ ରଖେ ଏହୁ ମାନବ ସମାଜ

ପ୍ରେମର ପ୍ରକୃତି ପରା।


କର୍ତ୍ତବ୍ୟ ଆମର ସୁରକ୍ଷା ତାହାର ଜୀବନରେ ମନ୍ତ୍ରରହୁ,

ପୁଷ୍ପର ଉଦ୍ୟାନ କରିବା ନିର୍ମାଣ

କାର୍ଯ୍ୟ କର୍ମେ ଜ୍ଞାନ ରହୁ।


ପ୍ରକୃତିର ପ୍ରେମ ଜାଗୁ ହୃଦୟରେ ସୁରକ୍ଷା ତାହାର ହେଉ,

ତେବେହିଁ ରହିବେ ସୁସ୍ଥରେ ମନୁଷ୍ୟ

ପ୍ରକୃତିରେ ପ୍ରେମ ଥାଉ।


ଜୀବନର ମନ୍ତ୍ର ଆତ୍ମନିର୍ଭରଟି ହେବରେ ସୁସ୍ଥରେ ପରା,

ଗଛ ଲଗେଇବା ଦେବ ଅମ୍ଳଜାନ

କରିବା ସୁରକ୍ଷା ପରା।


ଜ୍ଞାନ ଓ ବିଜ୍ଞାନ ତହୁଁ ଆବିଷ୍କାର ମନ ଥିବ ପ୍ରଫୁଲ୍ଲିତ

ଥିବ ଜନଜନେ ପ୍ରକୃତରେ ପ୍ରେମ

କର୍ତ୍ତବ୍ୟର ମହାମନ୍ତ୍ର।


ପରିବେଶ ରହୁ ସବୁଜରେ ଭରା ସୁରକ୍ଷା ହେଉ ତାହାର,

ମିଳୁ ଅମ୍ଳଜାନ ମାନବ ସମାଜେ

ପ୍ରକୃତି ପ୍ରେମେ ଆମର।


ଆସ ଆସ ଭାଇ ଗଛ ଲଗେଇବା କରିବା ପୁଷ୍ପ ଉଦ୍ୟାନ,

ସୁଗନ୍ଧିତ ହେବ ଧରା ଧାମ ତହୁଁ

ସୁସ୍ଥରେ ରହିବେ ଜନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract