Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAMESH KUMAR BEHERA

Abstract Romance Tragedy

4.3  

RAMESH KUMAR BEHERA

Abstract Romance Tragedy

ମୁଁ ନୁହେଁ ମୁଁ

ମୁଁ ନୁହେଁ ମୁଁ

1 min
351


ମୁଁ ନୁହେଁ ଏକ ମୁକ୍ତ ବିହଙ୍ଗ 

       ଉଡି ବୁଲିଯିବି ଟିକେ, 

ପକ୍ଷ ମୋର ଆଜି କ୍ଷତାକ୍ତ ହୋଇଛି 

      ସାହସ ନାଇଁ ମୋ ପାଖେ ।


ମୁଁ ନୁହେଁ କେଉଁ ଶିଳ୍ପୀ ର କୋଣାର୍କ 

       ଆଖି ଲାଖିଯିବ କା'ର 

ରାସ୍ତା କଡେ ଛିଡା ଭଙ୍ଗା କୋଠା ଘର

       ଭୁତ କୋଠି ଭାବି ପାର ।


ମୁଁ ନୁହେଁ ଏକ ସୁନ୍ଦର ବଗିଚା 

       ପ୍ରଜାପତି ମନ କିଣା 

କଣ୍ଟକିତ ଭରା ଶୁଷ୍କ ଅରଣ୍ୟ 

       ସମସ୍ତ ଙ୍କୁ ଯାହା ଜଣା ।


ମୁଁ ନୁହେଁ କେଉଁ ସ୍ରୋତସ୍ୱିନୀ ଟିଏ 

       ମେଣ୍ଟାଇ ପାରିବି ଶୋଷ, 

ମରୁ ମରୀଚିକା ପାଲଟି ଯାଇଛି 

       ଦେବି ନାହିଁ କାହା ଦୋଷ ।


ମୁଁ ନୁହେଁ କାହା ସୁଖର କାରଣ 

       ଭରିଦେବି ଟିକେ ଖୁସି, 

ଜଳୁଛି ମୁଁ ନିଜେ ଜାଳିଦେବି ସବୁ 

      ପଛରେ ହୋଇବି ଦୋଷୀ ।


ମୁଁ ଆଜି ଆଉ ମୁଁ ହୋଇ ନାହିଁ 

       ହୋଇଛି ଜିଅନ୍ତା ଶବ, 

ମୋ ଭିତରୁ ମୋତେ କାଢି ଫିଙ୍ଗିଦେଇ 

        କରୁ ଅଛ କେତେ ଗର୍ବ ।


Rate this content
Log in

Similar oriya poem from Abstract