STORYMIRROR

RAMESH KUMAR BEHERA

Romance Tragedy

3  

RAMESH KUMAR BEHERA

Romance Tragedy

ଶୁଖିଲା ଶ୍ରାବଣ

ଶୁଖିଲା ଶ୍ରାବଣ

1 min
217

ଅନେକ ଦୁଃଖର ଝାଞ୍ଜି 

  ବହିଗଲା ଜୀବନରେ, 

ନିଦାଘର ରୌଦ୍ର ତାପ 

  ସହିଗଲା ପରେ ପରେ ।।


ଯେତେ ଶ୍ରମ, ଯେତେ ଘର୍ମ 

   ଥିଲା ଅବସାଦ କ୍ଲାନ୍ତି,

ଭାବିଥିଲି ମିଳିଯିବ 

   ତୁମ ପାଖେ ସବୁ ଶାନ୍ତି ।।


ପିକ ଯେହ୍ନେ ଖୁସି ହୁଏ 

   ଦେଖି ଦେଲେ କଳାପାଟ, 

ରିମଝିମ ତାଳେ ତାଳେ 

    ମେଣ୍ଟିଯିବ ତୃଷ୍ଣା କଷ୍ଟ ।।


ମନର ମୟୁରୀ ମୋର 

    ଖାଇଗଲା ପୁଣି ଧୋକା, 

କଳା ପାଟ ତଳେ ଥିଲା 

    ଛଳନା ର ଅନାମିକା ।।


ତାପ କଷ୍ଟ ଧୁଏ ସିନା 

     ଶ୍ରାବଣ ର ବର୍ଷା ଛିଟା 

ଆକାଶ ର ଭସା ମେଘେ 

      ମିଳେ ଅବା କେଉଁ ମିଠା ।।


ନଥିଲା ତା ପାଖେ ମନ 

    ଭିଜେଇବା ପାଇଁ ପ୍ରାଣ 

ବରଷା ମିଳିବ କାଁହୁ 

     ସେତ ଶୁଖିଲା ଶ୍ରାବଣ ।।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance