Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAMESH KUMAR BEHERA

Abstract Inspirational Children

4  

RAMESH KUMAR BEHERA

Abstract Inspirational Children

ମାଆ ପରି ଆଉ କିଏ ?

ମାଆ ପରି ଆଉ କିଏ ?

1 min
359


ମାତୃ ଗର୍ଭ ରୁ ଭୂମିଷ୍ଠ ବେଳେରେ         

କୋଳେଇ ନେଲା ଯେ ଚୁମି

ଅଙ୍କେ ତାହାର ଧାରଣ କରିଲା 

         ସେହି ଆମ ମାତୃଭୂମି |


ତାହାରି କୋଳେ ଖେଳିବା ବୁଲିବା 

          ମାଆ ପରି ଯାଏ ସହି 

ତା ପାଣି ପବନ ଶାକ ତଣ୍ଡୁଳ 

          ପରି ପୃଷ୍ଠ କରି ଥାଇ |


ଚିର ନମସ୍ୟ ସିଏ ବନ୍ଦନୀୟା 

          ସିଏ ପରା ଆମ ମାଆ 

ତାହାର ମର୍ଯ୍ୟାଦା ରକ୍ଷା କରେ ଯିଏ 

          ଜ୍ଞାନୀଗଣେ ଲେଖା ନାଆଁ |


ମାତୃଭୂମି ରେ ମାଆ ର ଓଠ ରୁ 

          ଶିଖି ଥିଲ ଯେଉଁ ଭାଷା 

ବା ବା ଆଉ ମାଆ ମଧୁର ସ୍ୱର ରେ 

           ସେହି ଆମ ମାତୃଭାଷା |


ସେହି ଭାଷା ଦିନେ ପରିଚୟ ଦେଲା 

            ପ୍ରଥମ ପାହାଚ ଶିକ୍ଷା 

ତାହାରି ମାଧ୍ୟମେ ଦୁନିଆ ଚିନ୍ହିଲୁ 

            କେତେ ଉପଦେଶ ଦୀକ୍ଷା |


ସଂସାର ଦେଖିବା ଦୁନିଆ ଚିହ୍ନିବା 

            କେତେ ନୂଆ ନୂଆ ଆଶା 

ଯାହା ଦ୍ୱାରା ସବୁ ସମ୍ଭବ ହୁଅଇ 

            ତାହା ସରି କେଉଁ ଭାଷା |


ମାତୃଭାଷା ର ଉର୍ଣ୍ଣତ୍ତୀ ହୋଇଲେ 

            ଜାତି ର ଉର୍ଣ୍ଣତ୍ତୀ ହୁଏ 

ବିଶ୍ଵ ଦରବାରେ ନିଜ ଜାତି ସିନା 

            ପଦ ମର୍ଯ୍ୟାଦା ବି ପାଏ |


ମାତୃଭାଷା, ମାତୃଭୂମି ର ଆଦର 

             କରି ନାହିଁ ଯେବେ ଯିଏ 

ଯେତେ ଉଚେ ଥାଉ ଯେଉଁ ଆସନ ରେ 

              ଅଜ୍ଞାନୀ ପରାଏ ସିଏ 

              ଅଜ୍ଞାନୀ ପରାଏ ସିଏ |

  

             


Rate this content
Log in

Similar oriya poem from Abstract